ଶେଷ ପର୍ଯ୍ୟାୟ ପ୍ରଚାର: ପୁଣି ୨୯ରେ ଆସୁଛନ୍ତି ମୋଦୀ, ମୈଦାନକୁ ଓହ୍ଲାଇବେ ବିଜେପିର ହେଭିୱେଟ

ବାକି ଅଛି ଶେଷ ପର୍ଯ୍ୟାୟ ନିର୍ବାଚନ । ଆଉ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତା ୨୯ରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ ସଭା । ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ବାରିପଦା, ବାଲେଶ୍ବର, କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ମୋଦି ।

୨୯ ତାରିଖ ଦିନ ୧୨ଟାରେ ବାରିପଦା ଛଉ ପଡ଼ିଆରେ ପ୍ରଥମ ସଭା କରିବେ । ସାଢ଼େ ୧ରେ ବାଲେଶ୍ବରରେ, ୩ଟା ୩୦ରେ କେନ୍ଦ୍ରାପଡ଼ାରେ ସଭା କରିବେ ମୋଦି ।

୨୮ ତାରିଖରେ ତିନୋଟି ସ୍ଥାନରେ ଅମିତ ଶାହ ପ୍ରଚାର କରିବେ । ସକାଳ ୧୦ଟାରେ ଚାନ୍ଦବାଲି ଏହାପରେ କୋରେଇ ଏବଂ ନିମାପଡାରେ ପ୍ରଚାର କରିବେ ।

pm modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ଦୁଇ ନେତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କରିବେ ପ୍ରଚାର । ୨୮ ତାରିଖରେ ତିନୋଟି ସ୍ଥାନରେ ଅମିତ ଶାହ ପ୍ରଚାର କରିବେ । ସକାଳ ୧୦ଟାରେ ଚାନ୍ଦବାଲି ଏହାପରେ କୋରେଇ ଏବଂ ନିମାପଡାରେ ପ୍ରଚାର କରିବେ ।

ଆସନ୍ତାକାଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କାକଟପୁର ଏବଂ ମଂଗଳବାର ରାଇରଂଗପୁର, ମୋରଡା, ସୋର ଏବଂ ଜଗତସିଂହପୁରରେ କରିବେ ପ୍ରଚାର । ସେହିପରି କେନ୍ଦ୍ରାପଡା ଏବଂ ଭଦ୍ରକରେ ମଧ୍ୟ ଦୁଇ ଦିନ ଧରି ଅଶ୍ୱିନୀ ବୈଷ୍ନବ ପ୍ରଚାର କରିବେ । ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

ସେପଟେ ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ତା ପରଦିନ ଅର୍ଥାତ୍ ୩୦ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି । ୨୯ ତାରିଖ ଦିନ ୧୧ଟାରେ ବାଲେଶ୍ୱରରେ ସଭା କରିବେ ଖଡଗେ । ୨୯ ତାରିଖ ଅପରାହ୍ନ ୩ଟାରେ ଭଦ୍ରକ ଚାନ୍ଦବାଲିରେ ଖଡଗେଙ୍କ ସଭା ରହିଛି ।

୩୦ ତାରିଖ ଦିନ ୧୧ଟାରେ ସିମୁଳିଆ ସାନମହିତପୁରରେ ରାହୁଲ ଏକ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ସେପଟେ ଗତକାଲି ଓଡ଼ିଶା ଆସିଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଈରାନୀ । ପାରାଦୀପ କୁଜଙ୍ଗ ସଭାରେ ବିଜେଡ଼ି ଉପରେ ସିଧା ହମଲା କରିଥିଲେ ସ୍ମୃତି ଈରାନୀ । ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଥିବା କହିଲେ ଈରାନୀ । ବିଜେଡି ରାଜ୍ୟକୁ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, କୋଲ୍‌ ମାଫିଆ ଦେଇଛି । ବିଜେଡି ନେତା, ମନ୍ତ୍ରୀଙ୍କୁ ତାମିଲ ବାବୁ ରିମୋଟ କଣ୍ଟ୍ରୋଲରେ ଚଳାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+