ଅନୁଗୁଳ ସଭାରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ଓଡ଼ିଶାର ପୁଅ କିମ୍ବା ଝିଅକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଦୋହରାଇଲେ
ଅନୁଗୁଳ ସଭାରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ । ସାରା ଦେଶବାସୀ ମୋଦି ସରକାରଙ୍କୁ ୩ୟ ଥର ଆଣିବାକୁ ଚାହୁଁଛନ୍ତି । ନିର୍ବାଚନୀ ପର୍ବରେ ନବ ଯୁବକଙ୍କ ଉତ୍ସାହ ସର୍ବତ୍ର ଦେଖିବାକୁ ମିଳୁଛି । ଓଡ଼ିଶାର ପୁରପଲ୍ଲୀରେ ଗୋଟିଏ ନାରା ସବୁଠି ଗୁଞ୍ଜରିତ ହେଉଛି ।
ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବ ବୋଲି କହିଲେ ମୋଦି। ବିଜେଡି ଉପରେ ୨୫ ବର୍ଷ ଭରସା କରିସାରିଲେଣି । ବିଗତ ୨୫ ବର୍ଷରେ ଓଡ଼ିଶା ଲୋକଙ୍କୁ କଣ ମିଳିଲା । ଆଜି ବି ଚାଷୀ, ଯୁବବର୍ଗ କଷ୍ଟରେ ରହିଛନ୍ତି ବୋଲି କହିଲେ ମୋଦି ।
କାମଧନ୍ଦା ପାଇଁ ଆଜି ହଜାର ହଜାର ଯୁବକ ବାହାରକୁ ଯାଉଛନ୍ତି । ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାରେ ଏ ଜୀବନ ଯୁଦ୍ଧ କାହିଁକି ।

ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି । ମୋ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା କହିଲେ ମୋଦି । ଓଡ଼ିଶା ବରବାଦୀର କାରଣ ହେଲା ବିଜେଡି ସରକାର । ବିଜେଡି ସରକାର ପୂରା ଭ୍ରଷ୍ଟାଚାରୀଙ୍କ ଦ୍ବାରା ଘେରି ରହିଛି।
କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପୂରା ଘେରି ରହିଛନ୍ତି। ଓଡ଼ିଶାକୁ ଡିଏମ୍ଏଫ୍ ଭାବେ ୨୬ ହଜାର କୋଟି ଟଙ୍କା ଦେଇଛୁ। ବିଜେଡି ଶାସନରେ ଓଡ଼ିଶା ସଂପଦ, ସଂସ୍କୃତି ସବୁ ଅସୁରକ୍ଷିତ।
ମୋଦି ଆହୁରି କହିଛନ୍ତି, ଓଡ଼ିଶାର ବିକାଶ ଓଡ଼ିଶା ମାଟିର ପୁଅ ହିଁ କେବଳ କରିପାରିବ। ବିଜେପିକୁ ଭୋଟ ଦିଅନ୍ତୁ, ମୋଦି ଆଜି ଗ୍ୟାରେଣ୍ଟି ଦେଉଛି । ଓଡ଼ିଶାର ପୁଅ କିମ୍ବା ଝିଅକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବ । ୧୦ ଜୁନ୍ରେ ଓଡ଼ିଶାରେ ଡବଲ ଇଂଜିନ ସରକାରର ଶପଥ ଗ୍ରହଣ । ଏ ସରକାର ଯିବା ନିଶ୍ଚିତ ବୋଲି କହିଲେ ପ୍ରଧାନମନ୍ତ୍ରୀ ।
ବିଜେଡିକୁ ମୌକା ଦେଇଛନ୍ତି, ଏବେ ଯିବା ସମୟ ଆସିଯାଇଛି। ମନ୍ଥର ବିଜେଡିକୁ ଛାଡ଼ି ଦ୍ରୁତ ବେଗବାନ ବିଜେପିକୁ ସୁଯୋଗ ଦିଅନ୍ତୁ । ବିଜେଡି ସରକାରର ଅଧିକାଂଶ ପ୍ରକଳ୍ପ ଅଧୁରା ପଡ଼ିରହିଛି । ବିଜେଡି ନେତା ଧାନଚାଷୀଙ୍କୁ ମଣ୍ଡିରେ ଲୁଟୁଛନ୍ତି । ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ ୩୧ଶହ ହେବ ।
୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଧାନ ପଇସା ବ୍ୟାଙ୍କ ଖାତାରେ ମିଳିଯିବ। କଟନୀଛଟନୀରୁ ମୁକ୍ତି ଦେବାକୁ ମଣ୍ଡିରେ ଇଲେକ୍ଟ୍ରି ମେସିନ ଲାଗିବ । ବିଜେଡିର କଳାକାରନାମାର ଚିଠା ସାମ୍ନାକୁ ଆସିଗଲାଣି ।
ବିଜେଡି ସରକାର ବନଜାତ ଦ୍ରବ୍ୟର ପ୍ରକୃତ ମୂଲ୍ୟ ମଧ୍ୟ ଦେଉନି। ଆଦିବାସୀଙ୍କ ପାଇଁ ପେସା ଆଇନ ମଧ୍ୟ ଲାଗୁ କରୁନି ନବୀନ ସରକାର ବୋଲି ମୋଦି କହିଛନ୍ତି ।












Click it and Unblock the Notifications