ନିଜକୁ ପ୍ରଭୁ ଜଗନ୍ନାଥଙ୍କ ପୁଅ କହିଲେ ପ୍ରଧାନମନ୍ତ୍ରୀ; ପ୍ରତି ଘରକୁ ଯାଇ ଜୟ ଜଗନ୍ନାଥ କହିବାକୁ କର୍ମୀଙ୍କୁ ପରାମର୍ଶ

Odisha Assembly Election 2024/ Lok Sabha Election 2024: ନିଜକୁ ପ୍ରଭୁ ଜଗନ୍ନାଥଙ୍କ ପୁଅ କହିଲେ ପ୍ରଧାନମନ୍ତ୍ରୀ ମୋଦୀ । ବ୍ରହ୍ମପୁର ସଭାରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଥିଲେ ମୋଦି ।

ଅଧିକରୁ ଅଧିକ ଘରକୁ ଯିବାକୁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୋଦି । ମୋଦି ଜୟ ଜଗନ୍ନାଥ ଜଣାଇଥିବା, ପ୍ରତି ଘରକୁ ଯାଇ ଜଣାନ୍ତୁ ବୋଲି ସେ କହିଛନ୍ତି । ଆପଣ ଜୟ ଜଗନ୍ନାଥ କହିଲେ, ସେମାନେ ମୋତେ ଆଶୀର୍ବାଦ ଦେବେ । ସେମାନେ ମୋତେ ଆଶୀର୍ବାଦ କଲେ, ମୋର ତାକତ ବଢ଼ିଯିବ । ମୋର ତାକତ ବଢ଼ିଲେ, ପୁଣି ଥରେ ଆସିବ ମୋଦି ସରକାର ବୋଲି ସେ କହିଛନ୍ତି ।

ମୋଦି ଆହୁରି କହିଛନ୍ତି ଯେ, ଓଡ଼ିଆ ସଂସ୍କୃତି ପ୍ରତି ସମର୍ପିତ ବିଜେପିର ମୁଖ୍ୟମନ୍ତ୍ରୀ ହେବ । ଓଡ଼ିଶାର ଯୁବକଙ୍କ ମଧ୍ୟରେ ପ୍ରତିଭାର କୌଣସି ଅଭାବ ନାହିଁ । ଥରେ ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍‌ କରିବୁ । ଯେଉଁଠି ବିଜେପିକୁ ସୁଯୋଗ ମିଳିଛି, ସେଠି ବିକାଶ ଗତିଶୀଳ ହୋଇଛି।

Odisha Assembly Election

ଓଡ଼ିଶାର ଝିଅକୁ ବିଜେପି ଦେଶର ସବୁଠାରୁ ବଡ଼ ପଦବୀ ଦେଇଛି । ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡ଼ିଶା ପାଇଁ ବହୁତ କିଛି କରିବି । ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ଏ ପୁଅ ଓଡ଼ିଶା ପାଇଁ ବହୁତ କିଛି କରିବ ।

ଓଡ଼ିଶାରେ ଡବଲ ଇଂଜିନ ସରକାର ହେଲେ ତ୍ବରିତ ବିକାଶ ହେବ। ଓଡ଼ିଶାର ତ୍ବରିତ ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ଦେଉଛି । ମୋଦି ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ନେଇଛି ।

ବିଜେପି ସରକାର ମହିଳା ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ ବିଜେପି ସରକାର ।

ସଭାରେ ଥିବା ଲୋକମାନେ ଯେଉଁ ମାନେ ମୋଦୀଙ୍କ ଚିତ୍ର ଆଙ୍କି ଆଣିଥିଲେ, ମୋଦି କମାଣ୍ଡୋ ମାନଙ୍କୁ କହି ସେ ସବୁ ସଂଗ୍ରହ କରିଥିଲେ । ଆଉ ଚିଠି ଲେଖିବେ ବୋଲି କହିଥିଲେ । ଆଉ ସେଥିରେ ଲେଖିଥିଲେ ଯେ ମୁଁ ଓଡ଼ିଆରେ ଚିଠି ଲେଖିବି, ଆପଣଙ୍କ ମୁଖ୍ୟମନ୍ତ୍ରୀ ଭଳି ମୁଁ ନୁହେଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+