ରାଜନୀତିରେ ପାଦ ଦେବେ ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓ, ଚିଲିକାରୁ ଲଢ଼ିବା ନେଇ ଚର୍ଚ୍ଚା

ରାଜ୍ୟ ରାଜନୀତି ପୁରା ସରଗରମ । ପୁରା ଦମରେ ଲାଗିଛନ୍ତି ତିନି ଦଳ । ବର୍ତ୍ତମାନ ସାରା ରାଜ୍ୟରେ ଚାଲିଛି ନିର୍ବାଚନ ବାତାବରଣ । କିଏ କେଉଁଠୁ, କେଉଁ ଦଳରୁ ଟିକେଟ ପାଇବ ସେ ନେଇ ଚର୍ଚ୍ଚା ଚାଲିଛି ।

ଟିକେଟ ପାଇଁ କିଏ ସମର୍ଥକଙ୍କୁ ନେଇ ଭୁବନେଶ୍ବରରେ ଡେରା ପକାଇଛି ତ କିଏ ନିଜ ନିର୍ବାଚନ ମଣ୍ଡଳିରେ ତୁମ୍ବି ତୋଫାନ କରିବାରେ ଲାଗିଛି । ଆଉ କିଏ ପାର୍ଟି ଅଫିସର ସମର୍ଥକଙ୍କୁ ଧରି ବିଦ୍ରୋହ କରୁଛି । ଆଉ ଏହାରି ଭିତରେ ଟିକେଟ ଆଶାରେ ଏବେ ଚିଲିକା ଅଞ୍ଚଳର ପାରିକୁଦ ରାଜା ସନ୍ତୋଷ ଚନ୍ଦ୍ର ଦେଓ ।

ନିକଟରେ ସେ ପାରିକୁଦରେ ଥିବା ତାଙ୍କ ରାଜ ପରିବାରର ସହ ଜଡିତ ଲୋକମାନଙ୍କୁ ନେଇ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା କାଳିଜାଈଙ୍କୁ ଦର୍ଶନ କରିଛନ୍ତି । ଉଦ୍ଦେଶ୍ୟ ହେଲା ଏଥର ନିର୍ବାଚନରେ ସେ ଛିଡା ହେବେ ।

parikud king Raja saheb santosh Chandra

ରାଜ୍ୟ ରାଜନୀତିରେ ଚିଲିକା ନିର୍ବାଚନ ମଣ୍ଡଳି ଚର୍ଚ୍ଚାରେ ରହୁଥିବା ବେଳେ ରାଜା ସନ୍ତୋଷ ଚନ୍ଦ୍ର ଦେଓ ସେହି ଚର୍ଚ୍ଚାକୁ ଆଉ ପାଦେ ଆଗକୁ ବଢାଇଛନ୍ତି । ସୁଯୋଗ ମିଳିଲେ ଚିଲିକାର ଲୋକଙ୍କ ସେବା କରିବା ପାଇଁ ନିର୍ବାଚନକୁ ଓହ୍ଲାଇବେ ବୋଲି ସେ କହିଛନ୍ତି । ନିର୍ବାଚନ ଲଢିବେ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ମଧ୍ୟ ଦେଖାଇଛନ୍ତି ।

ଚିଲିକା ଯାଇଁ ମା କାଳୀଜାଇଙ୍କ ପୂଜାର୍ଚ୍ଚନା କରିବା ସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଭେଟି ତାଙ୍କ ସମସ୍ୟା ପଚାରି ବୁଝିଛନ୍ତି । ଚର୍ଚ୍ଚା ହେଉଛି ରାଜା ଚିଲିକା ଆସନରୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଅଛନ୍ତି । ସ୍ଥାନୀୟ ମତ୍ସ୍ୟଜବୀ ଓ ଲୋକଙ୍କ ମଧ୍ୟରେ ରାଜା ସନ୍ତୋଷ ଚନ୍ଦ୍ର ଦେଓଙ୍କ ପ୍ରତି ସମର୍ଥନ ଥିବା ଜଣାପଡିଛି ।

ତେବେ ପ୍ରଶ୍ନ ଉଠୁଛି ଯେ, ଚିଲିକାରେ ବର୍ତ୍ତମାନ ବିଜେଡିର କିଏ ପ୍ରାର୍ଥୀ ହେବେ ସେ ନେଇ କୌଣସି ନିଷ୍ପତି ହୋଇପାରୁ ନାହିଁ । ଦଳ ତରଫରୁ ଗୋଟିଏ ଗୋଟିଏ ତାଲିକା ଘୋଷଣା ହେଉଥିଲେ ମଧ୍ୟ ସେଥିରେ ଚିଲିକା ପ୍ରାର୍ଥୀଙ୍କ ନାମ ନାହିଁ । ଫଳରେ ସେହି ନିର୍ବାଚନ ମଣ୍ଡଳିର ଆଶାୟୀଙ୍କ ଆଶା ମଧ୍ୟ ବଢିବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+