ଆଜି ଓଡ଼ିଶା କହୁଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ: ମୋଦି
ବାରିପଦା ସଭାରେ ପୁଣି ବର୍ଷିଲେ ମୋଦି । ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ । ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ । ତୃତୀୟ ଥର ମଜବୁତ ମୋଦି ସରକାର ବନିବା ନିଶ୍ଚିତ ହୋଇଛି ।
ଆଜି ଓଡ଼ିଶା କହୁଛି ଦୁଇଥର ପଦ୍ମ, ଦୁଇ ଗୁଣ ବିକାଶ । ଓଡ଼ିଶା ଲୋକ ଚାହାଁନ୍ତି ମୋଦି ଗ୍ୟାରେଣ୍ଟି । ମୟୂରଭଂଜ ମାଟି ନାରୀ ସଶକ୍ତୀକରଣର ପ୍ରମୁଖ ସ୍ଥଳ । ମୟୂରଭଂଜରେ ଦେବୀ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣନ୍ତି ।
ଆଜି ମୟୂରଭଂଜର ଝିଅ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ବିଜେପି ସରକାର ଆଦିବାସୀ କଲ୍ୟାଣ ପାଇଁ ସମର୍ପିତ। ବିଜେପି ସାନ୍ତାଳି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲା ।

ଭାରତ ବିଶ୍ବର ତୃତୀୟ ବୃହତ୍ତ ଅର୍ଥଶକ୍ତି ହେବାକୁ ଯାଉଛି। ବିଜେଡିର ୨୫ ବର୍ଷର ଶାସନରେ ଫୁଲଷ୍ଟପ୍ ଲଗାଇବାକୁ ଓଡ଼ିଶା ପ୍ରସ୍ତୁତ । ଜୁନ୍ ୧୦ରେ ବିଜେପିର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶପଥ ନେବେ । ଆଜି ଓଡ଼ିଶା କହୁଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ ।
ସ୍ୱାଧୀନତା ପରେ ଦେଶରେ ସ୍ୱଚ୍ଛତା ୪୦ ପ୍ରତିଶତ ଥିଲା । କିନ୍ତୁ ଏବେ ଏହା ୧୦୦ ପ୍ରତିଶତରେ ପହଞ୍ଚିଲାଣି । ପୂର୍ବରୁ ୫୦ ପ୍ରତିଶତ ଲୋକଙ୍କୁ ଏଲପିଜି ଗ୍ୟାସ ସଂଯୋଗ ମିଳୁଥିଲା । କିନ୍ତୁ ଏବେ ପାଖାପାଖି ୧୦୦% ଲୋକଙ୍କୁ ଗ୍ୟାସ ସଂଯୋଗ ମିଳିଛି ।
୨୦୧୪ ପୂର୍ବରୁ ୭୫% ଗ୍ରାମୀଣ ପରିବାରକୁ ନଳରେ ଜଳ ଆସୁନଥିଲା । କିନ୍ତୁ ଆଜି ୭୫% ଗ୍ରାମୀଣ ପରିବାର ପାଖରେ ନଳରେ ଜଳ ପହଞ୍ଚୁଛି । ମାଗଣା ଚାଉଳ ଓ ମାଗଣା ଚିକିତ୍ସା ମିଳିବ ବୋଲି କେହି ଭାବିନଥିଲେ । କିନ୍ତୁ ମୋଦୀ ସରକାର ମାଗଣା ଚାଉଳ ଓ ମାଗଣା ଚିକିତ୍ସା ସୁବିଧା ଦେଉଛନ୍ତି । ଏହା କେବଳ ଟ୍ରେଲର ।
୨୫ ବର୍ଷରେ ଜଳସେଚନ ପାଇଁ ବିଜେଡି ସରକାର କୌଣସି କାମ କରିନାହିଁ । ଅନେକ ଜଳସେଚନ ପ୍ରକଳ୍ପ ଅଟକି ରହିଥିଲା । କିନ୍ତୁ ମୋଦୀ ସରକାରରେ ଅନେକ ପ୍ରକଳ୍ପ କାମ ପୂରା ହୋଇଛି । ବିଜେଡି ସରକାର ରେଳ ପ୍ରକଳ୍ପକୁ ଆଗକୁ ବଢିବାକୁ ଦେଉନି । କିନ୍ତୁ ବିଜେପି ସରକାର ଆସିଲେ ଏଠାରେ ରେଳ ପ୍ରକଳ୍ପ ତ୍ୱରାନିତ୍ୱ ହେବ । ଆଗାମୀ ସମୟ ଓଡ଼ିଶାର ସମୟ । ତେଣୁ ସମସ୍ତଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।












Click it and Unblock the Notifications