ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: ଭାଇରାଲ୍ ହେଲା ନବୀନଙ୍କ ଏହି ଭିଡ଼ିଓ
ଏଥର ଯୋଡି ଶଙ୍ଖ, ଗୋଟେ MLA ପାଇଁ ଗୋଟେ MP ପାଇଁ । ରାଜ୍ୟରେ ସାଧାରଣ ନିର୍ବାଚନକୁ ନେଇ ରାଜନୀତି ବେଶ୍ ସରଗରମ ଥିବା ବେଳେ ଭୋଟରଙ୍କୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିବେଦନ କରିଛନ୍ତି । ନବୀନ ଦୁଇଟି ହାତରେ ଦୁଇଟି ଶଙ୍ଖ ଚିହ୍ନ ଧରିଛନ୍ତି।
ଖାଲି ହାତରେ ଧରି ନାହାନ୍ତି ନବୀନ ବାବୁ କହୁଛନ୍ତି, ଏଥର ଯୋଡ଼ି ଶଙ୍ଖ। ଡାହାଣ ହାତରେ ଧରିଥିବା ଶଙ୍ଖ ଦେଖାଇ କହୁଛନ୍ତି ଏମ୍ଏଲ୍ ପାଇଁ ଏବଂ ବାମ ହାତରେ ଥିବା ଶଙ୍ଖ ଦେଖାଇ କହୁଛନ୍ତି ଏହା ଏମ୍ପି ପାଇଁ । ଆଉ ନବୀନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ସେପଟ ଗଂଜାମ ଜିଲ୍ଲା ହିଞ୍ଜିଳିରୁ ନବୀନ ପଟ୍ଟନାୟକ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ, କହିଛନ୍ତି ଏଥର ଯୋଡ଼ି ଶଙ୍ଖ । ଗୋଟିଏ ଏମଏଲଏ ପାଇଁ ଆଉ ଗୋଟିଏ ଏମପି ପାଇଁ ।
ଏଥର ଯୋଡି ଶଙ୍ଖ, ଗୋଟେ MLA ପାଇଁ ଗୋଟେ MP ପାଇଁ। #NaveenOdisha pic.twitter.com/uqYr0ttOc1
— Swayam Prakash (@swayam4Odisha) April 22, 2024
ଡବଲ ଶଙ୍ଖରେ ଭୋଟ ଦେଇ ଦୁଇ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିପରି ବିଜେଡି ନେତା ତଥା ଭିକେ ପାଣ୍ଡିଆନ ମଧ୍ୟ ଓଡ଼ିଶାବାସୀଙ୍କୁ ଏଥର ଯୋଡ଼ି ଶଙ୍ଖ ବୋଲି ଆହ୍ଵାନ କରିଛନ୍ତି।
ଗୋଟିଏ ଏମପି ପାଇଁ ଆଉ ଗୋଟିଏ ଏମଏଲଏ ପାଇଁ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆସନ୍ତା ୨୪ରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହେଉଥିବାରୁ ଓଡ଼ିଶାବାସୀଙ୍କୁ ଏଥର ଯୋଡ଼ି ଶଙ୍ଖ ବୋଲି ଉଦବୋଧନ କରିଛନ୍ତି।
୨୪ରେ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha। ଏଥର ଯୋଡି ଶଙ୍ଖ। ଜୟ ଜଗନ୍ନାଥ🙏#NaveenOdisha pic.twitter.com/8DAFPJCV1H
— Swayam Prakash (@swayam4Odisha) April 22, 2024
ଏପ୍ରିଲ ୨୪ ରେ ସକାଳ ୧୦:୩୦ ରେ ହିଞ୍ଜିଳିରେ ଏକ ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ତା'ପରେ ସେ ସକାଳ ୧୧:୩୦ ରେ ଶେରଗଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ।
୩୦ ଏପ୍ରିଲରେ ନାମାଙ୍କନ ଭରିବେ ନବୀନ । ସେ ୩୦ ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ସେହି ଦିନ ସେ ପ୍ରଥମେ ତାରା ତାରିଣୀ ମନ୍ଦିର ଯିବେ। ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ପରେ ନାମାଙ୍କନପତ୍ର ଦାଖଲ କରି ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବାର ଯୋଜନା ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲାର ଏକ ମାରାଥନ୍ ଅଭିଯାନ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ମେ ୧ରେ ମୁଖ୍ୟମନ୍ତ୍ରୀ ଖଲ୍ଲିକୋଟ, କବିସୂର୍ୟ୍ୟନଗର , ଦିଗପହଣ୍ଡି ଏବଂ ଛତ୍ରପୁରରେ ପ୍ରଚାର କରିବେ। ଭଞ୍ଜନଗର, ପୋଲସରା, ସାନଖେମୁଣ୍ଡି ଏବଂ ସୋରଡ଼ାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବେ ଏବଂ ମେ ୩ ରେ ରାଲି ଅନୁଷ୍ଠିତ ହେବ। ସେହିପରି ଗୋପାଳପୁର ଏବଂ ଆସ୍କାରେ ନବୀନଙ୍କର ଦୁଇଟି ସାଧାରଣ ସଭା ରହିଛି।












Click it and Unblock the Notifications