ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: ପ୍ରଚାର ମଇଦାନରେ ନବୀନ ପଟ୍ଟନାୟକ, କହିଲେ ୨୦୨୪ରୁ ୨୦୩୪ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ ହେବ

ଆଗକୁ ନିର୍ବାଚନ ଥିବା ବେଳେ ଆଜିଠୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ନବୀନ । ହିଞ୍ଜିଳିର ସମରଝୋଳ ଓ ଶେରଗଡରେ ଦୁଇଟି ଜନସଭାକୁ ସମ୍ବୋଧନ କରିବା ସହ ଯୋଡି ଶଙ୍ଖରେ ଆଶୀର୍ବାଦ କରନ୍ତୁ ବୋଲି ଲୋକଙ୍କୁ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ବିଶାଳ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣ ମାନେ ଏତେ ଖରାରେ ଆସିଛନ୍ତି ସେଥିପାଇଁ ଧନ୍ୟବାଦ ଦେଉଛି । ଆପଣ ମାନେ ସବୁ ବେଳେ ମୋ ସହ ଅଛନ୍ତି, ଓଡ଼ିଶା ମା'ର ସେବା କରିବାର ସୁଯୋଗ ଆପଣ ମାନେ ମୋତେ ଦେଇଛନ୍ତି । ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ସାଢେ ୪ କୋଟି ଭାଇ ଭଉଣୀ ମୋ ପରିବାର ମୋ ପରିବାର କଲ୍ୟାଣ ପାଇଁ ମୁଁ କାମ କରି ଆସିଛି । ଆପଣ ମାନଙ୍କ ସହଯୋଗ ପାଇଁ ଆଗୋଇ ଚାଲିଛି । ୫ଟି ଅଧୀନରେ କାମ ଆରମ୍ଭ କରିଛି । ୨୦୨୪ରୁ ୨୦୩୪ ଏହି ୧୦ ବର୍ଷ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ ହେବ ।

naveen Patnaik

ଚାଷୀ ମାନଙ୍କ ପାଇଁ ସୁବିଧା କରିବାରେ ଓଡିଶା ଆଗୁଆ ରାଜ୍ୟ । ୧୦ ବର୍ଷ ଭିତରେ ଆମେ ବହୁତ ଆଗେଇଛୁ । ୨୦୨୪ ର ସ୍ୱତନ୍ତ୍ର ରାଜ୍ୟ ହେବ ୨୦୨୬ରେ ଓଡିଶା ହେବ ଏକ ନମ୍ବର ବୋଲି ସେ କହିଛନ୍ତି । କିନ୍ତୁ ଦୁଖର କଥା ବିରୋଧୀ ଦଳ ଗୁଡିକ ବିରୋଧ କରିଆସୁଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପ ହେଉ କି ମା ସମଲେଇ ପ୍ରକଳ୍ପ ହେଉ ସେମାନଙ୍କୁ ଦେଖାଯାଇନାହିଁ ବୋଲି ନବୀନ କହିଛନ୍ତି।

ମୂଖ୍ୟମନ୍ତ୍ରୀ କହିଛନ୍ତି ଯେ, ହିଞ୍ଜିଳି ଓ ଶେରଗଡ଼ ଆଜି ଦେଶରେ ବିକାଶର ମଡେଲ ସାଜିଛି । ୫ ଟି ରୂପାନ୍ତରଣ କାର୍ଯ୍ୟକ୍ରମ କ୍ରମରେ ସ୍କୁଲ ଓ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ହିଞ୍ଜିଳିରୁ ଆରମ୍ଭ ହୋଇଥିଲା । ଆପଣ ମାନଙ୍କ ସହଯୋଗରେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିଛି । ଆପଣଙ୍କ ସହଯୋଗ ପାଇଁ ମୁଁ ଚିରଉପକୃତ । ହିଞ୍ଜିଳିରୁ ସେବା କରିବା ପାଇଁ ସୁଯୋଗ ପାଇଥିବାରୁ ମୁଁ ଗର୍ବିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+