Naveen Patnaik Assets: ନବୀନଙ୍କ ସ୍ଥାବର ଅସ୍ଥାବର ସମ୍ପତିର ପରିମାଣ ୭୧ କୋଟି, ଆମ୍ୱାସଡାର କାର୍ ଭାରି ପ୍ରିୟ

ହିଞ୍ଜିଳିରୁ ନାମାଙ୍କନ ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନ ଦାଖଲ କରିଥିବା ବେଳେ ସତ୍ୟପାଠ ଜରିଆରେ ସେ ତାଙ୍କର ସମ୍ପତି ତାଲିକା ଦାଖଲ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ନବୀନ କେତେ ଟଙ୍କାର ମାଲିକ ।

ନବୀନ ପଟ୍ଟନାୟକଙ୍କ ପାଖରେ ଏକ ପୁରୁଣା ଆମ୍ବାସଡର କାର ରହିଛି । ଯାହାର ବର୍ତ୍ତମାନ ବଜାର ମୂଲ୍ୟ ୬ ହଜାର ୪୩୪ ଟଙ୍କା । ସତ୍ୟପାଠ ଅନୁସାରେ ତାଙ୍କର ମୋଟ ସ୍ଥାବର ଅସ୍ଥାବର ସମ୍ପତିର ପରିମାଣ ୭୧ କୋଟି ୭ ଲକ୍ଷ ୭୮ ହଜାର ୩୬୪ ଟଙ୍କା ।

Naveen Patnaik

ମୁଖ୍ୟମନ୍ତ୍ରୀଙ୍କ ମୋଟ୍ ସ୍ଥାବର ସମ୍ପତିର ମୂଲ୍ୟ ୫୭ କୋଟି ୨ ଲକ୍ଷ ୧୮ ହଜାର ଟଙ୍କା । ସେହିପରି ଅସ୍ଥାବର ସମ୍ପତିର ପରିମାଣ ୧୪ କୋଟି ୫ ଲକ୍ଷ ୬୦ ହଜାର ୩୬୪ ଟଙ୍କା ।

ନବୀନଙ୍କ ୫୭ କୋଟିର ସ୍ଥାବର ସମ୍ପତ୍ତି: ସେହିପରି ସ୍ଥାବର ସମ୍ପତ୍ତିରେ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ଭାବେ ନବୀନ ନିବାସ ଏବଂ ନୂଆଦିଲ୍ଲୀର ୩-ଏପିଜେ ଅବଦୁଲ କଲାମ୍ ରୋଡକୁ ସତ୍ୟପାଠରେ ଦର୍ଶାଯାଇଛି । ଏହାର ବର୍ତ୍ତମାନର ଆନୁମାନିକ ମୂଲ୍ୟ ଯଥାକ୍ରମେ ୧୩,୬୬,୦୦,୦୦୦ ଟଙ୍କା ଏବଂ ୪୩,୩୬,୧୮,୦୦୦ ହେବ । ଏହି ସମସ୍ତ ସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ୫୭ କୋଟି ୨ ଲକ୍ଷ ୧୮ ହଜାର ଟଙ୍କା । ସରକାରଙ୍କ ପକ୍ଷରୁ ମିଳୁଥିବା ଦରମା ଏବଂ ବ୍ୟାଙ୍କରୁ ମିଳୁଥିବା ସୁଧ ହିଁ ତାଙ୍କର ମୁଖ୍ୟ ଆୟ ।

ଅସ୍ଥାବର ସମ୍ପତିର ପରିମାଣ ୧୪ କୋଟି ୫ ଲକ୍ଷ ୬୦ ହଜାର ୩୬୪

ନବୀନଙ୍କ ଆମ୍ବାସଡର କାର ନଂ OR02A-7007 ରହିଥିବା ବେଳେ ତାହାର ମୂଲ୍ୟ ୬୪୩୪ ଟଙ୍କା ହେବ । ତାଙ୍କ ପାଖରେ ୪୫.୭୭୦ ଗ୍ରାମର ଅଳଙ୍କାର ରହିଛି । ସେ ହୀରା ଓ ମାଣିକ୍ୟର ବୋତାମ ରଖିଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ୧୭ ହଜାର ୯୫ ଟଙ୍କା ହେବ ବୋଲି କୁହାଯାଇଛି । ଏହି ସମସ୍ତ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୪ କୋଟି ୫ ଲକ୍ଷ ୬୦ ହଜାର ୩୬୪ ଟଙ୍କା ୪୦ ପଇସା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+