Assembly Election 2024: ହିଞ୍ଜିଳିରୁ ପ୍ରଚାର ଆରମ୍ଭ କଲେ ନବୀନ
Assembly Election 2024: ପ୍ରଚାର ଆରମ୍ଭ କଲେ ନବୀନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଅଛନ୍ତି। ସକାଳ ସାଢ଼େ ୧୦ଟାରେ ହିଞ୍ଜିଳିରେ ଆୟୋଜିତ ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିଛନ୍ତି। ପ୍ରଥମେ ହିଞ୍ଜିଳି ଓ ପରେ ଶେରଗଡରେ ବିଶାଳ ଜନସମାବେଶକୁ କରିବେ ସମ୍ବୋଧନ ।

ଆସନ୍ତା ୩୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ଲାଗି ମୁଖ୍ୟମନ୍ତ୍ରୀ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ପରେ ସେ ତାରାତାରିଣୀଙ୍କ ଦର୍ଶନ କରିବେ ଏବଂ ପ୍ରାର୍ଥିପତ୍ର ଦାଖଲ ପରେ ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ସବୁ କଥାରେ ବିରୋଧୀ ରାଜନୀତି କରୁଛନ୍ତି। ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇପାରିବେ ନାହିଁ। ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ହେବ। ଲୋକସଭା ନିର୍ବାଚନରେ ବି ବିଜେଡି ଭଲ ପ୍ରଦର୍ଶନ କରିବ।
ଏଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରଥମେ ହିଞ୍ଜିଳି ଓ ପରେ ଶେରଗଡ଼ରେ ବିଶାଳ ଜନସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜିଠାରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ହିଞ୍ଜିଳି ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।












Click it and Unblock the Notifications