ଓଡ଼ିଶା ବିଧାନସଭା ନିର୍ବାଚନ: ଆଜି ୩ଟି ଜିଲ୍ଲାରେ ପ୍ରଚାର କରିବେ ନବୀନ
ଆଜି ୩ଟି ଜିଲ୍ଲାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁଝର, ଭଦ୍ରକ ଓ ସମ୍ବଲପୁରରେ ପ୍ରଚାର ମଙ୍ଗ ଧରିବେ ନବୀନ ।
ପ୍ରଥମେ କେନ୍ଦୁଝର ଯାଇ ସେଠାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଗୋପୀନଥପୁରରେ ଜନସଭା କରିବେ ନବୀନ । ଏହାପରେ ଆନନ୍ଦପୁରରେ ମଧ୍ୟ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଭଦ୍ରକ ଯାଇ ଭଣ୍ଡାରୀପୋଖରୀରେ ଜନସଭା କରିବେ ବିଜେଡି ସୁପ୍ରିମୋ ।
ସକାଳ ୧୦ଟା ୫୫ରେ କେନ୍ଦୁଝର ନିର୍ବାଚନମଣ୍ଡଳିରେ ମୁଖ୍ଯମନ୍ତ୍ରୀ ପହଞ୍ଚି ପ୍ରଚାର କରିବେ। ବିଶାଳ ଜନସଭାକୁ ଉଦବୋଧନ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ଏହାପରେ ଆନନ୍ଦପୁର ନିର୍ବାଚନମଣ୍ଡଳିକୁ ଯାଇ ଶଙ୍ଖ ଚିହ୍ନରେ ଆଶୀର୍ବାଦ ଭିକ୍ଷା କରିବେ। ପରେ ଭଦ୍ରକ ଜିଲ୍ଲା ଲୋକସଭା କ୍ଷେତ୍ରର ଭଣ୍ଡାରିପୋଖରୀକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ମୁଖ୍ଯମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଅପରାହ୍ନ ୩ଟା ସୁଦ୍ଧା ନବୀନ ନିବାସ ଫେରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ରେଙ୍ଗାଲି ଯାଇ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିବେ । ହେଲେ ଏହି କାର୍ଯ୍ୟକ୍ରମକୁ ରିଜର୍ଭ ରଖାଯାଇଛି












Click it and Unblock the Notifications