ଓଡ଼ିଶା ବିଧାନସଭା ନିର୍ବାଚନ: ପଶ୍ଚିମ ଓଡ଼ିଶାରେ ହାଇଭୋଲଟେଜ ପ୍ରଚାର କରିବେ ନବୀନ

ଆଜି ପଶ୍ଚିମ ଓଡ଼ିଶାର ଦୁଇ ଲୋକସଭା କ୍ଷେତ୍ରରେ ହାଇଭୋଲଟେଜ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ରାଉରକେଲା ଓ ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼ରେ କ୍ଯାମ୍ପେନ କରିବେ ନବୀନ।

ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମଗିବେ ନବୀନ । ଦିନ ୧୧ଟା ୨୫ରେ ମୁଖ୍ଯମନ୍ତ୍ରୀ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ ଏୟାରପୋର୍ଟ ସାମ୍ନାରେ ଥିବା ପଡ଼ିଆରେ ବିଶାଳ ଜନସଭାକୁ ଉଦବୋଧନ ଦେବେ। ସେଠାରୁ ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଧାନପାଟ ଜଳପ୍ରପାତ ନିକଟରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମାଗିବେ।

Odisha Assembly Election

ଏହାପରେ ଛେଣ୍ଡିପଦା ଓ ଆଠମଲ୍ଲିକରେ ବି ପ୍ରଚାର କରିବେ ମୁଖ୍ଯମନ୍ତ୍ରୀ। ପ୍ରଚାର ସଭାରେ ବରିଷ୍ଠ ବିଜେଡି ନେତା ଭି କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିବେ ।

ଆଜି ଓଡିଶା ଗସ୍ତରେ ଆସିବେ ବିଜେପି କଂଗ୍ରେସର ହେଭିୱେଟ। ଓଡ଼ିଶାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ପ୍ରଚାର ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ଚାଣକ୍ୟ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି ।

ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଂଚିବା ପରେ ସେଠାରୁ ସିଧାସଳଖ ଆସିକା ସଂସଦୀୟ କ୍ଷେତ୍ରର ସୋରଡ଼ା ଯିବେ । ସେଠାରେ ବିଜେପିର ନିର୍ବାଚନୀ ସଭା 'ବିଜୟ ସଂକଳ୍ପ ସମାବେଶ'ରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ । ଏହାପରେ ସେ ସନ୍ଧ୍ୟା ୫ଟାରେ କଟକଠାରେ ଏକ ବିଶାଳ ରୋଡ୍ ଶୋ'ରେ ସାମିଲ ହେବେ । ଦଳର ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବିଧାୟକମାନଙ୍କୁ ସାଙ୍ଗରେ ଧରି ଏହି ରୋଡ୍ ଶୋ' କରିବେ । ଏହାପରେ ଭୁବନେଶ୍ୱର ବାଟ ଦେଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+