ଓଡ଼ିଶା ବିଧାନସଭା ନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ନବୀନ, ଧର୍ମେନ୍ଦ୍ର, ଅରୂପ , ଅପରାଜିତା
ଆଜି ନାମାଙ୍କନ ଦାଖଲ କରିବେ ବହୁ ହେଭିୱେଟ୍ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ । ସେହିପରି ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ନାମାଙ୍କନ ଦାଖଲ କରିବେ ।
ପୁରୀ ଲୋକସଭା ଆସନରୁ ନାମାଙ୍କନ ଭରିବେ ଅରୁୁପ ପଟ୍ଟନାୟକ । ନାମାଙ୍କନ ବେଳେ ଶକ୍ତି ପଦର୍ଶନ ପାଇଁ ସବୁ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି ।
ସେହିପରି ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତଥର ଭଳି ଏଥର ବି ଦୁଇଟି ଆସନରେ ଲଢେଇ କରୁଛନ୍ତି ନବୀନ।
ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରୁ ସେ ପ୍ରାର୍ଥୀ ହୋଇଛନ୍ତି। ଗତ ୩୦ ତାରିଖରେ ନବୀନ ହିଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଆଜି କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିବେ।

ଏଥିପାଇଁ ସାଢେ ୯ ଟାରେ ମୁଖ୍ଯମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ କଣ୍ଟାବାଞ୍ଜି ଅଭିମୁଖେ ଗସ୍ତ କରିବେ । ୧୦ଟା ୨୫ରେ ତୁଷୁରା ଏୟାରପୋର୍ଟରେ ପହଞ୍ଚି ୧୧ଟା ୫ରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିବେ। ଏହି ସମୟରେ ବରିଷ୍ଠ ବିଜେଡି ନେତା ତଥା ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିବେ।
କଣ୍ଟାବାଞ୍ଜିରେ ନବୀନ ବିଜେଡିରୁ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ବିଜେପି ଲକ୍ଷ୍ମଣ ବାଗ ଓ କଂଗ୍ରେସ ସନ୍ତୋଷ ସିଂ ସାଲୁଜାଙ୍କୁ ପ୍ରାର୍ଥୀ କରିଛି।












Click it and Unblock the Notifications