ଓଡ଼ିଶା ବିଧାନସଭା ନିର୍ବାଚନ: ବଡଦାଣ୍ଡରେ ମୋଦୀଙ୍କ ମେଗା ରୋଡ ଶୋ', ମୋଦି ମୋଦି ନାରାରେ କମ୍ପିଲା ବଡଦାଣ୍ଡ
ବଡଦାଣ୍ଡରେ ମୋଦୀଙ୍କ ମେଗା ରୋଡ ଶୋ' । ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବଡଦାଣ୍ଡରେ ମେଗା ରୋଡ୍ ଶୋ' କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତାଙ୍କ ସହ ଅଛନ୍ତି ମନମୋହନ ସାମଲ ଓ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ତଥା ପୁରୀ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଥିଲେ ।
ମୋଦୀଙ୍କ ଝଲକ ଦେଖିବାକୁ ରାସ୍ତା କଡ ଓ ପ୍ରତି ଘର ଛାତ ଉପରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଆଜି ମୋଦୀଙ୍କ ରୋଡ ଶୋ' ପାଇଁ ବଡଦାଣ୍ଡ ସହ ପୁରା ପୁରୀ ସହରକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି ।

ରୋଡ ଶୋ' ସମୟରେ ବଡ ଦାଣ୍ଡରେ ଦେଖିବାକୁ ମିଳିଥିଲା ପ୍ରବଳ ଜନସମାଗମ । ମୋଦୀଙ୍କ ସହ ତାଳ ଦେଇ ଚାଲିଥିଲେ ମୋଦୀଙ୍କ ସମର୍ଥକ । ସକାଳ ପ୍ରାୟ ୭ ଟା ୧୫ ରେ ପୁରୀରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆଶୀର୍ବାଦ ନେଇଥିଲେ ମୋଦି ।












Click it and Unblock the Notifications