Get Updates
Get notified of breaking news, exclusive insights, and must-see stories!

ପ୍ରସ୍ତୁତ ହେଉଛି ଜନତା ମଇଦାନ; ୩୦ହଜାରରୁ ଅଧିକ ଜନତାଙ୍କ ଗହଣରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିଏ ?

ଜୁନ୍ ୧୦ତାରିଖରେ ଜନତା ମଇଦାନରେ ପ୍ରାୟ ୩୦ହଜାରରୁ ଅଧିକ ଜନତାଙ୍କ ଗହଣରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ହେଲେ ମୁଖ୍ୟମନ୍ତ୍ରୀ କିଏ ‌ହେବେ ସେ ସଂପର୍କରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ନ ଥିବାରୁ କେଉଁ ଦିନ ଶପଥ ଗ୍ରହଣ ଉତ୍ସବ ହେବ ସେ ନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ କିଛି ଅବଗତ କରାଯାଇନି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ଜୁନ୍‌ ୧୦ତାରିଖରେ ଓଡ଼ିଶାର ଓଡ଼ିଆ ପୁଅ/ଝିଅ ଶପଥ ନେବେ ବୋଲି ଘୋଷଣା କରିଥିବାରୁ ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

Janata Maidan

ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ନଜରରେ ରଖି ମୁଖ୍ୟ ସଚିବ ପି.କେ ଜେନାଙ୍କ ଅଧ୍ୟକ୍ଷତାରେ ଶପଥ ଗ୍ରହଣ ଉତ୍ସବ ନେଇ ପ୍ରଥମ ପ୍ରସ୍ତୁତି ‌ବୈଠକ ଶେଷ ହୋଇଛି । ଏଥିରେ କେଉଁ ବିଭାଗ କ'ଣ କରିବେ ସେନେଇ ଦାୟିତ୍ବ ବଣ୍ଟାଯାଇଛି । ନିଷ୍ପତ୍ତି ହୋଇଛି ଯେ ଜନତା ମଇଦାନରେ ଶପଥ ଗ୍ରହଣ ଉତ୍ସବ ହେବ । ଏଥିରେ ପ୍ରାୟ ୩୦ହଜାର ଲୋକଙ୍କ ସମାବେଶ ହେବାକୁ ଥିବାରୁ ଏହାକୁ ନଜରରେ ରଖି ହ୍ୟାଙ୍ଗର ନିର୍ମାଣ ହେବ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ, ପ୍ରାୟ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାକୁ ଥିବାରୁ ସ୍ବତନ୍ତ୍ର ଭିଆଇପି ଲାଉଞ୍ଜ ହେବ।

ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ର ଏନକ୍ଲୋଜର, ଦୁଇଟି ମେଡିକାଲ ଏଡ୍‌ ପ୍ରକୋଷ୍ଠ ହେବ। ଅତିଥି ଏବଂ ଉପସ୍ଥିତ ଜନତାଙ୍କ ପାଇଁ ଖାଦ୍ୟପାନୀୟ ବ୍ୟବସ୍ଥା କରିବାକୁ ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଛି।

ଶପଥ ଗ୍ରହଣ ଉତ୍ସବକୁ ଆସିବାକୁ ଥିବା ଅତିଥି ଓ ସାଧାରଣ ଲୋକଙ୍କୁ ଯେପରି ଜନତା ମଇଦାନରେ ପହଞ୍ଚିବାରେ ଅସୁବିଧା ହେବନି ସେଥିପାଇଁ ଭୁବନେଶ୍ବର ବିମାନବନ୍ଦର ଓ ରେଳ ଷ୍ଟେସନରେ ଶିଳ୍ପ ବିଭାଗ ପକ୍ଷରୁ ଏକ ହେଲ୍ପ ଡେସ୍କ ହେବ। ଅତିଥିଙ୍କ ବିମାନ ପାର୍କିଂରୁ ଆରମ୍ଭ କରି ସଭାସ୍ଥଳକୁ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ବାଣିଜ୍ୟ ଓ ପରିବହନ ବିଭାଗ କରିବ। ଅତିଥିଙ୍କ ମଧ୍ୟରେ କିଏ ରାଜ୍ୟ ଅତିଥି ହେବେ, ସେମାନଙ୍କ ପାଇଁ କିପରି ପ୍ରୋଟୋକଲ୍ ବ୍ୟବସ୍ଥା ରହିବ ସେନେଇ ପ୍ରସ୍ତୁତି କରିବାକୁ ଗୃହ ବିଭାଗକୁ କୁହାଯାଇଛି।

ଜାତୀୟ ସଂଗୀତ/ ବନ୍ଦେ ଉତ୍କଳ ଜନନୀ ଗାନ (ପୁଲିସ ବ୍ୟାଣ୍ଡ) ପାଇଁ ଗୃହ ବିଭାଗକୁ କୁହାଯାଇଛି। ଅଗ୍ନିଶମ ଡିଜି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବେ। ଏହାସହ ଆଇନଶୃଙ୍ଖଳା ରକ୍ଷା କରିବା, ଅତିଥିମାନଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ରାଜଧାନୀର ପୂରା ସୁରକ୍ଷା ବ୍ୟବସ୍ଥା ଦାୟିତ୍ବ ପୁଲିସ ଡିଜି ଓ କମିସନରେଟ୍ ପୁଲିସକୁ ଦିଆଯାଇଛି।

ଶପଥ ଗ୍ରହଣ ଉତ୍ସବକୁ ହଜାର ହଜାର ଗାଡ଼ି ଆସିବାକୁ ଥିବାରୁ ଏହାର ପାର୍କିଂ ବ୍ୟବସ୍ଥା କରିବାକୁ ପୂର୍ତ୍ତ ବିଭାଗ ଓ କମିସନରେଟ୍ ପୁଲିସକୁ କୁହାଯାଇଛି। ଅତିଥିମାନଙ୍କୁ ଉପାୟନ ଦେବାକୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗକୁ ଦାୟିତ୍ବ ଦିଆଯାଇଛି। ଏବେ ୧୦ତାରିଖ ପାଇଁ ପ୍ରସ୍ତୁତି ହୋଇଥିଲେ ହେଁ ଏନେଇ ଦ୍ବିତୀୟ ପ୍ରସ୍ତୁତି ବୈଠକ ୭ତାରିଖରେ ବସିବ ବୋଲି ଜଣାପଡ଼ିଛି।

ଅପରପକ୍ଷେ ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କ ‌ଘୋଷଣା ଅନୁଯାୟୀ ଜୁନ୍ ୧୦ତାରିଖରେ ଶପଥ ଗ୍ରହଣ ଉତ୍ସବ ହୋଇପାରେ। ଏହି ଉତ୍ସବରେ ବହୁ କେନ୍ଦ୍ର ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯିବ। ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବେ ଚୟନ ହୋଇନଥିବାରୁ ଅତିଥିଙ୍କ ତାଲିକା ଚୂଡ଼ାନ୍ତ ହୋଇନି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+