ଲୋକସଭା ନିର୍ବାଚନ:ଭୁବନେଶ୍ୱରରେ ରୋଡ୍ ସୋ କଲେ ଜେପି ନଡ୍ଡା, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ
ଭୁବନେଶ୍ୱରରେ ନଡ୍ଡାଙ୍କ ରୋଡ୍ ସୋ' । ମାଉସୀ ମା' ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ । ତାଙ୍କ ସହ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହ ଏହି ରୋଡ୍ ସୋରେ ଉପସ୍ଥିତ ଥିଲେ । କିଛି ଦିନର କଥା, ପରେ ସବୁ ହିସାବ କିତାବ ନିଆଯିବ କହିଲେ ନଡ୍ଡା। ବିଜେଡି ହାତରୁ ଗାଡ଼ି ପଳାଇଛି କହିଲେ ଜେପି ନଡ୍ଡା ।
ଏହି ରୋଡ୍ ସୋ' ସରିବା ପରେ ଆଜି ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ନଡ୍ଡା।
ଗତକାଲି ସନ୍ଧ୍ୟାରେ ସେ ଓଡ଼ିଶାରେ ପହଞ୍ଚିଥିଲେ । ତାପରେ ମହିଳାମୋର୍ଚ୍ଚା ସହ ବୈଠକ କରିଥିଲେ । ସେଠାରେ ସେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ।
ଓଡ଼ିଶାରେ ଅଫିସରମାନଙ୍କ ସରକାର ଚାଲିଛି କହିଥିଲେ ନଡ୍ଡା । ସମୟ ଆସିଛି, ଏବେ ଏଠାକାର ସରକାରକୁ ଟାଟା ବାଏ ବାଏ କୁହନ୍ତୁ । ଓଡ଼ିଶାରେ ଜନତାଙ୍କ ସରକାର ଦରକାର କହିଲେ ନଡ୍ଡା । ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର । ତାହା କେବଳ ବିଜେପି ହିଁ ଦେଇପାରିବ କହିଥିଲେ ନଡ୍ଡା ।

ତେବେ ଓଡ଼ିଶାକୁ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଘନ ଘନ ଗସ୍ତ ଜାରି ରହିଛି । ପୂର୍ବରୁ ମୋଦି-ଶାହ ମଧ୍ୟ ବାରମ୍ବାର ଓଡ଼ିଶା ଆସି ସାରିଲେଣି । ଆଗକୁ ଆହୁରି ମଧ୍ୟ ଓଡ଼ିଶା ଆସିବେ । ରୋଡ୍ ସୋ' କରିବେ । ବିଶାଳ ଜନସଭାକୁ ସମ୍ବୋଧନ ବି କରିବେ ।
ସେପଟେ ଗତକାଲି ଓଡ଼ିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ବାଲେଶ୍ୱରରେ ବିଜେପି କର୍ମକର୍ତ୍ତା ବୈଠକରେ ସେ ଯୋଗଦେବା ସହିତ ନିର୍ବାଚନ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ । ଓଡ଼ିଶାରେ ଲୋକ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ବିଜେପି ସରକାର ଆସୁ ବୋଲି ବାଲେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଓମ୍ ବିର୍ଲା ।ଗତକାଲି କଟକରେ ଅମିତ ଶାହଙ୍କ ରୋଡ୍ ସୋ ଥିଲା ।












Click it and Unblock the Notifications