Odisha Assembly Election 2024: ଭୋଟର ପରିଚୟ ପତ୍ର ବଦଳରେ କେମିତି ଦେବ ଭୋଟ୍ ?

ରାଜ୍ୟରେ କାଲି ପଡିବ ଭୋଟ୍। ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର, ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୯ ବର୍ଷ ମଧ୍ଯରେ ଭୋଟର ଅଛନ୍ତି ।

୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରିବେ ।
୧୨୯୪ ଜଣ ଶତାୟୁ ଭୋଟର ଥିବାବେଳେ ୬୨୯୬ ସର୍ଭିସ ଭୋଟର ଅଛନ୍ତି । ୭୧୫ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ, ବିଧାନସଭା ପାଇଁ ୨୪୩ ପ୍ରାର୍ଥୀ ମୈଦାନରେ ଅଛନ୍ତି । କୋରାପୁଟରେ ୧୧ ଜଣ, ନବରଙ୍ଗପୁରରେ ୪, କଳାହାଣ୍ଡିରେ ୧୧, ବ୍ରହ୍ମପୁରରେ ୧୧ ଜଣ ପ୍ରାର୍ଥୀ ନିଜର ଭାଗ୍ଯ ପରୀକ୍ଷା କରିବେ ।

Odisha assembly Election

ଭୋଟର ପରିଚୟ ପତ୍ର ବଦଳରେ ଏହି ୧୨ ପ୍ରକାରର ପରିଚୟପତ୍ର ନେଇ ଦେଇପାରିବେ ଭୋଟ୍

ଓଡିଶାରେ ଚାରିଟି ପର୍ଯ୍ୟାୟରେ ହେବ ଭୋଟ । ମେ'୧୩ ତାରିଖରେ ଓଡ଼ିଶାରେ ପଡିବ ଭୋଟ । ମେ' ୧୩, ମେ' ୨୦, ମେ' ୧୫ ଓ ଜୁନ ୧ ତାରିଖରେ ମତଦାନ କରିବେ ଓଡ଼ିଶାବାସୀ ।

ଭାରତର ନିର୍ବାଚନ ଆୟୁକ୍ତଙ୍କର ନିର୍ଦ୍ଦେଶ ଅନୁଯାୟୀ, ଭୋଟରଙ୍କୁ ଭୋଟ୍ ଦେବା ପୂର୍ବରୁ ମତଦାନ କେନ୍ଦ୍ରରେ ସେମାନଙ୍କର ଭୋଟର ପରିଚୟପତ୍ର କିମ୍ବା ନିମ୍ନରେ ଉଲ୍ଲେଖ କରାଯାଇଥିବା ୧୨ (ବାର) ପ୍ରକାର ଫଟୋ ପରିଚୟପତ୍ର ମଧ୍ୟରୁ କୌଣସି ଗୋଟିଏ ଆଣିବାକୁ ପଡିବ ।

  1. ଆଧାର କାର୍ଡ, ପାନ୍ କାର୍ଡ
  2. ସ୍ୱତନ୍ତ୍ର ଭିନ୍ନକ୍ଷମ ପରିଚୟ ପତ୍ର
  3. କେନ୍ଦ୍ର/ରାଜ୍ୟ ସରକାର / ସରକାରୀ ଉଦ୍ୟୋଗ/ ଘରୋଇ କମ୍ପାନୀମାନଙ୍କଠାରୁ ପ୍ରାପ୍ତ ଫଟୋ ସହିତ ସେବା ପରିଚୟ କାର୍ଡ
  4. ବ୍ୟାଙ୍କ, ପୋଷ୍ଟ ଅଫିସ୍ ଦ୍ଵାରା ଦିଆଯାଇଥିବା ଫଟୋ ସହିତ ପାସବୁକ୍
  5. ଶ୍ରମ ମନ୍ତ୍ରଣାଳୟର ଯୋଜନା ଅଧ୍ଵନରେ ମିଳିଥିବା ସ୍ଵାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ
  6. ଡ୍ରାଇଭିଂ ଲାଇସେନ୍ସ
  7. ମୁଁ ଭାରତୀୟ ପାସପୋର୍ଟ
  8. ମୁଁ ଆର୍‌ଜିଆଇ ଅଧୀନରେ ଏନ୍‌ପିଆର୍ ଦ୍ଵାରା ଜାରି ସ୍ମାର୍ଟ କାର୍ଡ
  9. ଫଟୋଗ୍ରାଫ୍ ସହିତ ପେନ୍‌ସନ୍ ଡକ୍ୟୁମେଣ୍ଟ୍,
  10. ସାଂସଦ/ ବିଧାୟକ/ ଏମଏଲସି ମାନଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର
  11. ମନରେଗା କାର୍ଡ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+