ଆସିଲା ବିଜେଡିର ଶେଷ ପ୍ରାର୍ଥୀ ତାଲିକା; ଦେବଗଡ଼ ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେଡି

ଆସିଲା ବିଜେଡିର ଶେଷ ପ୍ରାର୍ଥୀ ତାଲିକା । ବାକି ଥିବା ୩ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା । କୋରେଇରୁ ସଂଧ୍ୟାରାଣୀ ଦାସ, ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ, ନୀଳଗିରିରୁ ପ୍ରାର୍ଥୀ ହେଲେ ସୁକାନ୍ତ କୁମାର ନାୟକ ।

odisha assembly election

ଦେବଗଡ଼ ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେଡି । ରୋମାଞ୍ଚ ରଂଜନ ବିଶ୍ବାଳଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଂଜନ ହେଲେ ପ୍ରାର୍ଥୀ ।

ଗତ କିଛି ଦିନ ପୂର୍ବେ ଅରୁନ୍ଧତୀ ଦେବୀ ବିଜେଡିରେ ମିଶିବା ସହ ଦଳର ଟିକେଟ ହାତେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଦେବଗଡ ଆସନରେ ଅରୁନ୍ଧତୀଙ୍କୁ ବିରୋଧରେ ସାମ୍ନା କରିବାକୁ ପଡିଥିଲା । ଯେଉଁଥିପାଇଁ ଦଳ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି । ଯେହେତୁ ସମ୍ବଲପୁର ଲୋକସଭା ଅଧିନରେ ଦେବଗଡ ବିଧାନସଭା ଆସୁଛି ତେଣୁ ଏଠାରେ ଦଳ କୌଣସି ଅସନ୍ତୋଷ ଚାହୁଁନଥିବା ଚର୍ଚ୍ଚା ହେଉଛି ।

ଭୁବନେଶ୍ୱରରୁ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାଏ ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି । ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଭୁଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଥିଲେ । ନାମାଙ୍କନ ପୂର୍ବରୁ ଦୌଡ଼ିବା ଆରମ୍ଭ କରିଥିଲେ ମନ୍ମଥ । ଲିଙ୍ଗରାଜ ମନ୍ଦିରରୁ ଦୌଡ଼ି ଦୌଡ଼ି ଜଟଣୀ ପର୍ଯ୍ୟନ୍ତ ଯାଇଥିଲେ । ତାପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଲେ ମନ୍ମଥ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+