ଦିବା ୧ଟା ସୁଦ୍ଧା ରାଜଧାନୀର ସବୁ ବୁଥକୁ ଇଭିଏମ ପଠାଯିବ: ଡିସିପି

ମତଦାନ ପୂର୍ବରୁ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, ଷ୍ଟ୍ରଙ୍ଗ ରୁମରୁ ବୁଥକୁ ଯାଉଛି ଇଭିଏମ । ଭୁବନେଶ୍ୱରର ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ବିଜେବି କଲେଜରେ ଷ୍ଟ୍ରଙ୍ଗ ରୁମ କରାଯାଇଛି । ନିର୍ବାଚନ ଦାୟିତ୍ୱ ରେ ଥିବା ବିଭିନ୍ନ ଅଧିକାରୀ ଇଭିଏମକୁ ଯାଞ୍ଜ କରି ନିଜ ନିଜ ବୁଥକୁ ନେଉଛନ୍ତି ।

ଗତକାଲି ଜୟଦେବ ଓ ଜଟଣୀ ନିର୍ବାଚନ ମଣ୍ଡଳୀର କିଛି ବୁଥକୁ ଇ ଭି ଏମ ଯାଇ ସରିଛି । ଆଜି ଗୋଟା ଏ ଭିତରେ ସବୁ ବୁଥକୁ ଇ ଭି ଏମ ପଠାଯିବ ।

odisha assembly election

ଭୁବନେଶ୍ୱର ଡି ସି ପି ଆହୁରି କହିଛନ୍ତି, ରାଜଧାନୀରେ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୪୮୮ଟି ସ୍ଥାନରେ ୧୧୩୨ଟି ପୁଲିଂ ବୁଥ ରହିଛି ।
ଜୟଦେବ ନିର୍ବାଚନ ମଣ୍ଡଳୀ ରେ ୧୬୯ଟି ସ୍ଥାନ ରେ ୨୩୬ଟି ପୁଲିଂ ବୁଥ ରହିଛି ।

ସେହିପରି ଭୁବନେଶ୍ୱର ମଧ୍ୟରେ ୫୦ଟି ସ୍ଥାନରେ ୨୦୦ଟି ପୁଲିଂ ବୁଥ ରହିଛି । ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ସଖୀ ବୁଥରେ କେବଳ ମହିଳା କର୍ମଚାରୀ ନିୟୋଜିତ ହେବେ । ଭୁବନେଶ୍ୱର ଉତ୍ତରରେ ୮୪ଟି ସ୍ଥାନରେ ୨୫୪ଟି ପୁଲିଂ ବୁଥ ରହିଛି । ଏଣେ ଭୁବନେଶ୍ୱର ଏକାମ୍ରରେ ୭୪ଟି ସ୍ଥାନରେ ୨୩୭ଟି ପୁଲିଂ ବୁଥ । ଜଟଣୀରେ ୧୧୧ଟି ସ୍ଥାନରେ ୨୦୫ଟି ପୁଲିଂ ବୁଥ ରହିଛି।

ରାଜ୍ୟରେ ଆସନ୍ତାକାଲି ପଡ଼ିବ ତୃତୀୟ ପର୍ଯ୍ୟାୟ ଭୋଟ୍ । ଏଥିପାଇଁ ସରିଛି ପ୍ରଚାର । ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିଥିଲେ ।

ତୃତୀୟ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ବିଗ୍ ଫାଇଟ୍ ଦେଖିବାକୁ ମିଳିବ ।

୬ ସଂସଦୀୟ କ୍ଷେତ୍ର ଓ ତତସଂଲଗ୍ନ ବିଧାନସଭା କ୍ଷେତ୍ରରୁ ମୋଟ ୨୬୩.୫୫ କୋଟି ଟଙ୍କାର ସିଜ ହୋଇଛି । ସେହିପରି କେବଳ ୬ଟି ସଂସଦୀୟ କ୍ଷେତ୍ରରୁ ମୋଟ ୧୨ କୋଟି ୨୨ ଲକ୍ଷ ଟଙ୍କା ଜବତ ହୋଇଛି । ସେହିପରି ୧୨ କୋଟି ୮୩ ଲକ୍ଷ ଟଙ୍କାର ମଦ ଜବତ ହୋଇଥିବାବେଳେ ରାଜ୍ଯରେ ମୋଟ ୮୭ କୋଟି ଜବତ ହୋଇଛି । ଭୁବନେଶ୍ୱରରୁ ୯.୬୬କୋଟି ଟଙ୍କା ଜବତ ହୋଇଥିବାବେଳେ ପୁରୀରୁ ୨.୮୨ ଲକ୍ଷ ଟଙ୍କା ଜବତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+