ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ; ଇଭିଏମ୍ ମେସିନରେ ତ୍ରୁଟି ଯୋଗୁଁ ଭୋଟିଂରେ ବିଳମ୍ବ
ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହାରି ଭିତରେ କିଛି ସ୍ଥାନରେ ଇଭିଏମ୍ ମେସିନରେ ତ୍ରୁଟି ଯୋଗୁଁ ଭୋଟିଂରେ ବିଳମ୍ବ ହୋଇଥିବା ଖବର ଆସିଛି ।
ସାନଖେମୁଣ୍ଡିର ବୁଥ୍ ନମ୍ବର ୪୫୭ ଓ ୪୮ରେ ମଧ୍ୟ ଏଭଳି ସମସ୍ୟା ଦେଖାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର କଣ୍ଟାବାଂଜିର ସଖୀ ବୁଥ୍ ନମ୍ବର ୫୩ , ବୀରମହାରାଜପୁରର ୨୧୭ ନମ୍ବର ବୁଥ୍, ବଲାଙ୍ଗୀରର ୧୫୩ ନମ୍ବର ବୁଥରେ ଇଭିଏମ୍ ମେସିନରେ ସମସ୍ୟା ଯୋଗୁଁ ମତଦାନରେ ବିଳମ୍ବ ହୋଇଥିଲା ।
ଦିଗପହଣ୍ଡି, ବୁଥରେ ଏଜେଣ୍ଟ ପ୍ରବେଶକୁ ଉତ୍ତେଜନା ହୋଇଥିବାବେଳେ ଧରାକୋଟ୍ କୁସଗୁମ୍ମା ୨୧ ନମ୍ବର ବୁଥ୍ରେ ଦୁଇ ଏଜେଣ୍ଟଣ୍ଟଙ୍କ ପ୍ରବେଶକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିବା ଜଣାପଡିଛି ।

ରାଜ୍ୟରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ରାଜ୍ୟରେ ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ ହୋଇଛି । ଝାରସୁଗୁଡ଼ାରେ ସର୍ବାଧିକ ୯.୮୬% ଭୋଟିଂ ହୋଇଛି । ବଲାଙ୍ଗିରରେ ସର୍ବନିମ୍ନ ୪.୯୬% ମତଦାନ ।












Click it and Unblock the Notifications