ଓଡ଼ିଶା ବିଧାନସଭା ନିର୍ବାଚନ: ଡିଜିଟାଲ କ୍ୟାମ୍ପେନିଂରେ ଲଂଘୁଛି ସୀମା; ହେଭିୱେଟଙ୍କ ଚରିତ୍ରସଂହାର !

୨୦୨୪ ନିର୍ବାଚନକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ରାଜ୍ୟବ୍ୟାପୀ କଡ଼ା ଟକ୍କର ଦେଖିବାକୁ ମିଳୁଛି । ପ୍ରଚାର ମଇଦାନରେ ଉଭୟ ଦଳଙ୍କ ମଧ୍ୟରେ ସମାଲୋଚନା, ଆରୋପ, ପ୍ରତ୍ୟାରୋପ ମଧ୍ୟରେ ଏହି ଲଢ଼େଇ ସୀମିତ ନାହିଁ । ଆଉ ସୋସିଆଲ ମିଡିଆରେ ବି ଅସନ୍ତୋଷ ଦେଖା ଦେଇଛି । ନିର୍ବାଚନରେ ଅଧିକ ଚର୍ଚ୍ଚାର ମାଧ୍ୟମ ପାଲଟିଛି ଡିଜିଟାଲ କ୍ୟାମ୍ପେନିଂ।

ସୂଚନା ଅନୁସାରେ ଡିଜିଟାଲ କ୍ୟାମ୍ପେନିଂ ପାଇଁ ଉଭୟ ଦଳ ରାଜ୍ୟ ବାହାରୁ ବଡ଼ ବଡ଼ କମ୍ପାନୀଙ୍କୁ କୋଟି କୋଟି ଟଙ୍କା ଦେଇଛନ୍ତି। ବିଜେଡି ଓ ବିଜେପି ନେତାମାନେ ପରସ୍ପର ପ୍ରତି ସମାଲୋଚନା କରିବାର ସୀମା ଲଙ୍ଘିସାରିଲେଣି । ଉଭୟ ଦଳର ବିଭିନ୍ନ କମ୍ପାନୀ ନିଜର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରାୟତଃ ଏବେ ସାମାଜିକ ଗଣମାଧ୍ୟମ ଯେପରିକି ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଏବଂ ଏକ୍ସରେ ଭିନ୍ନ ଭିନ୍ନ ଆକାଉଣ୍ଟ ଜରିଆରେ କେତେକ ନୂଆ ପୋଷ୍ଟ ହେଉଥିବା ଦେଖିବାକୁ ମିଳୁଛି ।

Odisha Assembly Election

ଚଳିତ ନିର୍ବାଚନରେ ଉଭୟ ଦଳ ଡିଜିଟାଲ କ୍ୟାମ୍ପେନିଂ ଉପରେ ମାତ୍ରାଧିକ ନିର୍ଭରଶୀଳ ଥିବା ଭଳି ମନେହେଉଛି। ବିଜେଡି ଏବଂ ବିଜେପି ନିଜର ଇସ୍ତାହାର ସମ୍ପର୍କରେ ମଧ୍ୟ ଡିଜିଟାଲ ଦୁନିଆରେ ବ୍ୟାପକ ପ୍ରଚାର ଚଳାଇଛନ୍ତି । ବିଭିନ୍ନ ନେତାଙ୍କ ଚରିତ୍ରକୁ ଦର୍ଶାଇ ଛୋଟ ଛୋଟ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଉଛି ।

ବିଜେଡି ନେତା ପାଣ୍ଡିଆନ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବିକଳ ଚିତ୍ର ଭଳି କାର୍ଟୁନ ପ୍ରସ୍ତୁତକରି ସେମାନଙ୍କ ବିରୋଧରେ କ୍ୟାମ୍ପେନ କରାଯାଉଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବି କ୍ୟାମ୍ପେନ୍ ଚାଲିଛି । ଆଉ କିଛି କର୍ମୀ ବି ନିଜ ବିରୋଧୀ ଦଳଙ୍କ ବିରୋଧରେ ମନଇଚ୍ଛା ଲେଖୁଛନ୍ତି । ଯାହାକି ଏକ ଅସାମାଜିକ ବାତାବରଣ ବୋଲି କହିଲେ ଅତ୍ୟୁକ୍ତି ହେବନି ।

ପ୍ରାର୍ଥୀମାନଙ୍କ ଡିଜିଟାଲ ପ୍ରଚାର ଲାଗି ସେମାନଙ୍କ ନିକଟରେ ବାହାର ରାଜ୍ୟରୁ ପ୍ରଶିକ୍ଷିତ ପିଲାମାନଙ୍କୁ ଦଳ ପକ୍ଷରୁ ବିଜେପି ନିଯୁକ୍ତ କରିଛି। ସେମାନେ ପ୍ରାର୍ଥୀ କେଉଁ ପ୍ରସଙ୍ଗରେ ଭାଷଣ ଦେବେ, ତାଙ୍କର କେଉଁ ଫଟୋ ପୋଷ୍ଟ ହେବ, ତାଙ୍କ ବିରୋଧରେ ଥିବା ପ୍ରାର୍ଥୀମାନଙ୍କ ବିରୋଧରେ କି ପ୍ରକାର ପ୍ରଚାର କରାଯିବ, କେଉଁଠି ପୋଷ୍ଟର ଲାଗିବ ସେସବୁ କାର୍ଯ୍ୟ ସେମାନେ ତୁଲାଉଛନ୍ତି।

କୌଣସି ବ୍ୟକ୍ତି ନିଜର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ କିମ୍ବା ଏକ୍ସ ଆକାଉଣ୍ଟ ଖୋଲିବା ମାତ୍ରେ ଏହିଭଳି ଅନେକ ପ୍ରକାର ଭିଡିଓ ଆପେ ଆପେ ଚାଲିଆସୁଛି । ୟୁଟ୍ୟୁବ୍‌ରେ ବି କୌଣସି ଭିଡିଓ ଦେଖିବା ସମୟରେ ବିଜେଡି କିମ୍ବା ବିଜେପି ପ୍ରଚାର ସମ୍ବନ୍ଧୀୟ ଭିଡିଓ ଆପେ ଆସିଯାଉଛି। କହିବାକୁ ଗଲେ ଏଥର ନିର୍ବାଚନରେ ଡିଜିଟାଲ କ୍ୟାମ୍ପେନିଂ ପ୍ରଚାରର ଅନ୍ୟତମ ପ୍ରମୁଖ ମାଧ୍ୟମ ପାଲଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+