ପୋଲିସ ବ୍ୟବସ୍ଥା ନେଇ ଡିଜିପିଙ୍କ ସୂଚନା: ମୁତୟନ ରହିବେ ୩୫ ହଜାର ପୋଲିସ, ୨୬ ବର୍ଷ ପରେ ନକ୍ସଲ ହିଂସାମୁକ୍ତ ନିର୍ବାଚନ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୋଲିସ ବ୍ୟବସ୍ଥା ନେଇ ଡିଜିପିଙ୍କ ସୂଚନା। ତୃତୀୟ ପର୍ଯ୍ୟାୟରେ ୧୦, ୫୫୧ ବୁଥ୍‌ ରହିଛି ସେଥିମଧ୍ୟରୁ ୨୦% ସମ୍ବେଦନଶୀଳ ବୁଥ । ନିର୍ବାଚନ ହେଉଥିବା ୧୨ ଜିଲ୍ଲାରେ ୩୫ ହଜାର ପୋଲିସ ମୁତୟନ ରହିବେ ।

ନିର୍ବାଚନରେ ୧୨୧ କଂପାନୀ ସିଏପିଏଫ୍‌, ୧୨୧ କଂପାନୀ ଓଏସ୍‌ଏପି ରହିବେ । ପ୍ରତି ବିଧାନସଭା କ୍ଷେତ୍ର ଦାୟିତ୍ବରେ ଜଣେ ଅତିରିକ୍ତ ଏସ୍‌ପି ରହିବେ । ମୋଟ ୪୩ ଏଏସ୍‌ପି, ୯୫ ଡିଏସ୍‌ପି, ୨୩୮ ଇନ୍ସପେକ୍ଟର ଦାୟିତ୍ବରେ ରହିବେ।

ସେହିପରି ୨୧୬୦ SI ଓ ASI; ୧୦, ୨୧୨ କନଷ୍ଟେବଲ, ୭ ହଜାର ହୋମଗାର୍ଡ ରହିବେ। ଛତିଶଗଡ଼ରୁ ୩ଶହ କନଷ୍ଟେବଲ, ୭ଶହ ହୋମଗାର୍ଡ ମଧ୍ୟ ଆସିଛନ୍ତି । ଅନ୍ୟ ସ୍ଥାନରେ ନିର୍ବାଚନ ସରିବା ପରେ ୨୦ କଂପାନୀ ସିଏପିଏଫ୍‌ ମଧ୍ୟ ଆସିଛନ୍ତି ।

odisha assembly election

ନକ୍ସଲ ପ୍ରଭାବିତ ଅଞ୍ଚଳରେ ଭୋଟ୍‌ ନେଇ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସୂଚନା। ୨୬ ବର୍ଷ ପରେ ପ୍ରଥମ ଥର ପାଇଁ ବିନା ହିଂସାରେ ନକ୍ସଲ ଅଞ୍ଚଳରେ ଭୋଟ୍‌ ହୋଇଛି । ନକ୍ସଲ ପ୍ରଭାବିତ ୧୧ ଜିଲ୍ଲାରେ କୌଣସି ପ୍ରକାର ହିଂସା ଘଟିନାହିଁ ।

ଶେଷଥର ପାଇଁ ୧୯୯୮ରେ ନିର୍ବାଚନ ସମୟରେ ନକ୍ସଲ ହମଲା ହୋଇଥିଲା। ପ୍ରଥମ ଥର ପାଇଁ ଶୃଙ୍ଖଳାରେ ନିର୍ବାଚନ ଓଡ଼ିଶା ପୋଲିସ ପାଇଁ ଗୌରବ ।

ରାଜ୍ୟରେ ଆସନ୍ତାକାଲି ପଡ଼ିବ ତୃତୀୟ ପର୍ଯ୍ୟାୟ ଭୋଟ୍ । ଏଥିପାଇଁ ସରିଛି ପ୍ରଚାର । ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିଥିଲେ ।

ତୃତୀୟ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ବିଗ୍ ଫାଇଟ୍ ଦେଖିବାକୁ ମିଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+