Odisha Assembly Election 2024: ଆରମ୍ଭ ହେଲା ଭୋଟ ଗଣତି, ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ଆରମ୍ଭ
ଆରମ୍ଭ ହେଲା ଭୋଟ ଗଣତି । ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ୍ ୧୪୯୨ଜଣ ପ୍ରାର୍ଥୀଙ୍କ (ଲୋକସଭାରେ ୨୦୭ଜଣ, ବିଧାନସଭାରେ ୧୨୮୫) ଭାଗ୍ୟ ଏବେ ଇଭିଏମ୍ରେ ସିଲ୍ ହୋଇଛି । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ଆରମ୍ଭ ହୋଇଛି । ୮ଟା ୩୦ରୁ ଇଭିଏମ୍ ସିଲ୍ ଫିଟାଇ ଗଣତି ଆରମ୍ଭ ହେବ। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।
ରାଜ୍ୟବାସୀ କେଉଁ ଦଳ ଉପରେ ଭରସା କରୁଛନ୍ତି ତା'ର ଏକ ଚିତ୍ର ମଧ୍ୟାହ୍ନ ବେଳକୁ ଆସିଯିବ। ରାଜ୍ୟର ୨୫ବର୍ଷର ସ୍ଥାୟୀ ବିଜେଡି ସରକାରର ସଫଳତାକୁ ଲୋକ ବିଶ୍ବାସ କରିଛନ୍ତି ନା ସରକାର ଗଢ଼ିବାକୁ ଆଶାରେ ଥିବା ବିଜେପି, କଂଗ୍ରେସ ରାଜ୍ୟ ସରକାରଙ୍କ ଯେଉଁ ଦୋଷ ଦୁର୍ବଳତା କାଢ଼ିଛନ୍ତି ତାକୁ ବିଶ୍ବାସ କରୁଛନ୍ତି।

ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ୍ ୧୪୯୨ଜଣ ପ୍ରାର୍ଥୀଙ୍କ (ଲୋକସଭାରେ ୨୦୭ଜଣ, ବିଧାନସଭାରେ ୧୨୮୫) ଭାଗ୍ୟ ଏବେ ଇଭିଏମ୍ରେ ସିଲ୍ ହୋଇଥିବା ବେଳେ ମଙ୍ଗଳବାର ସକାଳ ୮ଟା ୩୦ରେ ଏହା ଖୋଲାଯିବ। ରାଜ୍ୟର ୭୦ଟି ସ୍ଥାନରେ ଭୋଟ୍ ଗଣତି ହେବ। ଏଥିରେ ଛତ୍ରପୁରରେ କେବଳ ବ୍ରହ୍ମପୁର ଓ ଆସ୍କା ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନସ୍ଥ ବିଧାନସଭା ନିର୍ବାଚନମଣ୍ଡଳୀର ପୋଷ୍ଟାଲ ବାଲଟ୍ ଗଣତି ହେବାକୁ ଥିବାବେଳେ ବାକି ୬୯ଟି ସ୍ଥାନରେ ଇଭିଏମ୍ ଓ ପୋଷ୍ଟାଲ ବାଲଟ୍ ଗଣତି ହେବ।












Click it and Unblock the Notifications