ଆଜି ଓଡିଶା ଆସିବେନି କଂଗ୍ରେସ ନେତା ରାହୁଲ ଗାନ୍ଧୀ; ନାମାଙ୍କନ ହେତୁ ଓଡିଶା ଗସ୍ତ ବାତିଲ
ଆଜି ରାୟଗଡା ଆସିବେନି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି କଂଗ୍ରସର ରାୟବରେଲି ଆସନ ପାଇଁ ରାହୁଲ ନାଁ ଘୋଷଣା କରିବା ପରେ ସେ ଆଜି ନାମାଙ୍କନ ଭରିବେ । ଏଥିପାଇଁ ତାଙ୍କ ଓଡିଶା ଗସ୍ତ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ ।
ରାହୁଲ ମଧ୍ୟାହ୍ନ ୧୨ଟାରେ ରାୟଗଡ଼ାରେ ପହଞ୍ଚିିବାର କାର୍ଯ୍ୟକ୍ରମ ଥିଲା । ରାୟଗଡ଼ା ଜିଆଇଏସିଆର କଲେଜ ନିକଟ ସଭାସ୍ଥଳକୁ ଯାଇ ନ୍ୟାୟ ରାଲିକୁ ସମ୍ବୋଧିତ କରିଥାନ୍ତେ । ହେଲେ ସେ ଆଜି ଆସିବେ ନାହିଁ ।
ନାମାଙ୍କନପତ୍ରର ଶେଷ ଦିନରେ କଂଗ୍ରେସ ଉତ୍ତରପ୍ରଦେଶର ରାଏବରେଲି ଏବଂ ଆମେଠି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ଦୁଇଟି ଆସନରେ ନାମାଙ୍କନ ପାଇଁ ଶେଷ ଦିନ । ଏଭଳି ପରିସ୍ଥିତିରେ ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ନେଇଛି ଯେ ରାହୁଲ ଗାନ୍ଧୀ ରାଏବରେଲି ଏବଂ ଆମେଠି ଲୋକ ସଭା ଆସନରୁ କେ.ଏଲ ଶର୍ମା ପ୍ରତିଦ୍ୱନ୍ଦ୍ୱିତା କରିବେ।

୨୦୧୯ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଆମେଠିରେ ସ୍ମୃତି ଇରାନୀଙ୍କଠାରୁ ହାରିଥିବାବେଳେ ସୋନିଆ ଗାନ୍ଧୀ ରାଏବରେଲିରୁ ଜିତିଥିଲେ, କିନ୍ତୁ ଏଥର ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ବର୍ତ୍ତମାନ ଜଣେ ରାଜ୍ୟ ସଭା ସଦସ୍ୟ। ଏଥି ସହ ରାହୁଲ ଗାନ୍ଧୀ ମଧ୍ୟ କେରଳର ୱାୟନାଡ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତ ଥର ସେ କେବଳ ୱାୟନାଡରୁ ଜିତିଥିଲେ।
ୱାୟାନାଡରେ ମତଦାନ ସରିଛି। ମେ ୨୦ରେ ଆମେଠି ଏବଂ ରାଏବରେଲିରେ ମତଦାନ ହେବ।












Click it and Unblock the Notifications