Get Updates
Get notified of breaking news, exclusive insights, and must-see stories!

ମୟୂରଭଞ୍ଜରେ ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜରେ ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବେ ନବୀନ ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବାରିପଦା ବିଜେଡି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ବିଶେଷ କରି ବିଜେଡି ସୁପ୍ରିମୋଙ୍କ ପ୍ରଚାର ଦଳୀୟ ପ୍ରାର୍ଥୀଙ୍କ ବିଜୟଚ ସୁନିଶ୍ଚିତ କରିବ ବୋଲି ବିଜେଡି ଆଶା ରଖିଛି ।

ଜିଲ୍ଲାର ଦୁଇଟି ସ୍ଥାନରେ ହେବାକୁ ଥିବା ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହେବେ ବିଜେଡି ସୁପ୍ରିମୋ । ପ୍ରଚାର ସଭାରେ ସାମିଲ ହୋଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ରାଇରଙ୍ଗପୁର ସ୍ଥିତ କନ୍ୟାଶ୍ରମ ପଡ଼ିଆରେ ଦିନ ୧୧:୩୦ରେ ହେଲିକପ୍ଟର ଯୋଗେ ପହଞ୍ଚି ସ୍ଥାନୀୟ କଚେରୀ ପଡ଼ିଆରେ ଆୟୋଜିତ ନିର୍ବାଚନୀ ପ୍ରଚାର ସମାବେଶରେ ଯୋଗ ଦେବେ ।

Naveen Patnaik

ଏହାପରେ ମଧ୍ୟାହ୍ନ ୧୨ଟା ୩୫ରେ ସିଧା ସଳଖ ବାରିପଦା ସହରର ଐତିହାସିକ ଛଉ ପଡିଆଠାରେ ପହଁଚି ସେଠାରେ ପ୍ରଚାର ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବିଜେଡି ମୁଖିଆ । ଅପରାହ୍ନ ୧ଟା୧୫ରେ ବାରିପଦା ସ୍ଥିତ ସର୍କିଟ ହାଉସଠାରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ ନେବେ । ଅପରାହ୍ଣ ୩:୨୫ ମି.ରେ ଛଉ ପଡିଆରୁ ହେଲିକ୍ୟାପ୍ଟର ଯୋଗେ ବାଲେଶ୍ୱର ଜିଲ୍ଲାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ ୩ ଟା ୩୦ ରେ ବାଲେଶ୍ଵର ପୋଲିସ ରିଜର୍ଭ ପଡ଼ିଆରେ ହେଲିକପ୍ଟର ଯୋଗେ ପହଞ୍ଚି ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ କର୍ମୀ ଓ ନେତାଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି । ଆଜି ବାଲେଶ୍ଵରର ୮ଟି ଯାକ ନିର୍ବାଚନ ମଣ୍ଡଳୀରୁ ସମସ୍ତ ବିଧାୟକ ପ୍ରାର୍ଥୀ ସମେତ ବାଲେଶ୍ଵର ସାଂସଦ ପ୍ରାର୍ଥୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରାର୍ଥୀଙ୍କୁ ବିଜୟ ପାଇଁ ଜନସାଧାରଣ ଙ୍କୁ ନିବେଦନ କରିବେ । ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟା୨୫ ରେ ବାଲେଶ୍ଵର ସଭା ସାରି ଯାଜପୁର ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି । ଯାଜପୁର ଜିଲ୍ଲା କୋରେଇରେ ସଭାରେ ଉଦବୋଧନ ଦେବେ ନବୀନ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+