ବିଜେପି ସାଂସଦ ମାନଙ୍କୁ ଦିଲ୍ଲୀ ଡାକରା; ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ବିଜେପି ସାଂସଦ
ବିଜେପି ସାଂସଦ ମାନଙ୍କୁ ଦିଲ୍ଲୀ ଡାକରା। ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ବିଜେପି ସାଂସଦ। ଆସନ୍ତାକାଲି ବସିବ ବିଜେପିର ପାର୍ଲାମେଣ୍ଟାରି ବୋର୍ଡ ବୈଠକ। ଏହା ସହ ମୋଦି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ।
ଆସନ୍ତାକାଲି ବସିବ ବିଜେପିର ସଂସଦୀୟ ବୋର୍ଡ ବୈଠକ କରାଯାଇଛି । ୮ରେ ମୋଦିଙ୍କ ଶପଥ ଉତ୍ସବରେ ମଧ୍ୟ ସାମିଲ୍ ହେବେ ।

କେନ୍ଦ୍ରୀୟ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ଲୋକସଭା ନିର୍ବାଚନରେ ଭାଜପା ମ୍ୟାଜିକ୍ ନମ୍ବର ୨୭୨ ହାସଲ କରିବାରେ ବିଫଳ ହୋଇଥିବାବେଳେ ଏନ୍ଡିଏ ବହୁମତ ପାଇଛି। ତେବେ ତୃତୀୟ ଥର ପାଇଁ ଏନ୍ଡିଏ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିଲ୍ଲୀସ୍ଥିତ ଦଳ ମୁଖ୍ୟାଳୟରେ ଦେଶର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।












Click it and Unblock the Notifications