ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: ସ୍ବାମୀଙ୍କୁ ଲୋକସଭା ଟିକେଟ୍, ସ୍ତ୍ରୀଙ୍କୁ ବିଧାନସଭା ଟିକେଟ୍ ଦେଲା ବିଜେଡି
ସ୍ବାମୀଙ୍କୁ ଲୋକସଭା ଟିକେଟ୍ । ଆଉ ସ୍ତ୍ରୀକୁ ବିଧାନସଭା ଟିକେଟ୍ । ମୟୁରଭଞ୍ଜରେ ଏହା ଦେଖିବାକୁ ମଳିଛି । ମୟୁରଭଞ୍ଜ ଲୋକ ସଭା ଆସନରୁ ସୁଦାମ ମାର୍ଣ୍ଡିଙ୍କୁ ଟିକେଟ୍ ଦିଆଯାଇଥିବାବେଳେ ତାଙ୍କ ସ୍ତ୍ରୀ ରଞ୍ଜିତାଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଛି ।
ବିଜେଡି ସୋମବାର ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ୪ ଜଣ ବିଧାୟକଙ୍କ ଟିକେଟ କଟିଥିବାବେଳେ ଦୁଇ ଜଣ ବିଧାୟକଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇଛି ଦଳ । ବିଜେଡି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଟିକେଟ୍ ଦେଇଛି ।
ଏହି ପର୍ଯ୍ୟାୟକୁ ମିଶାଇ ବିଜେଡି ଏଯାବତ ୧୪୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଆଉ ୬ଟି ଆସନ ଖୋର୍ଦ୍ଧା, ବେଗୁନିଆ, ଖଣ୍ଡପଡ଼ା କୋରେଇ, ଭୋଗରାଇ ଓ ନୀଳଗିରି ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ଅଛି ।

୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା ୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ ଦେଖିବାକୁ ମିଳିଛି । କାକଟପୁରରୁ ତୁଷାରକାନ୍ତି ବେହେରାଙ୍କ ଉପରେ ପୁଣି ବିଜେଡି ଆସ୍ଥାପ୍ରକଟ କରିଥିବାବେଳେ ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, ବାଙ୍ଗିରିପୋଷିରୁ ରଂଜିତା ମାର୍ଣ୍ଡିି, ବରୀରୁ ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି ।
ସେହିପରି ବରୀରେ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବାଲିକୁଦା-ଏରସମାରୁ ସାରଦା ଜେନା ପ୍ରଥମ ଥର ବିଜେଡିରୁ ଲଢ଼ିବେ । ରଘୁନନ୍ଦନ ଦାସଙ୍କ ସ୍ଥାନରେ ତାଙ୍କୁ ଟିକେଟ ମିଳିଛି । ବାଙ୍ଗିରିପୋଷିରେ ସୁଦାମ ମାର୍ଣ୍ଡିଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ରଂଜିତା ମାର୍ଣ୍ଡିଙ୍କୁ ଟିକେଟ୍ ମିଳିଛି ।
ପୂର୍ବରୁ ୧୩୫ଟି ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ୬ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଆଉ ୬ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା ବାକି ଅଛି ।












Click it and Unblock the Notifications