ଆଜି ଓଡ଼ିଶା ଆସୁଛନ୍ତି ରାମାୟଣର "ରାମ" ଅରୁଣ ଗୋଭିଲ; ୪ଟି ସଭାକୁ କରିବେ ସମ୍ବୋଧନ
ଆଜି ଓଡ଼ିଶା ଆସୁଛନ୍ତି ରାମାୟଣର ରାମ ଅରୁଣ ଗୋଭିଲ । ୪ଟି ସଭାରେ ଯୋଗଦେବେ ବିଜେପି ନେତା ଅରୁଣ ଗୋଭିଲ । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭା କରିବେ ଅରୁଣ ।
ସେହିପରି ଆସନ୍ତାକାଲି ୨୩ ତାରିଖରେ ଓଡ଼ିଶାରେ ବିଜେପିର ପ୍ରଚାର ମଙ୍ଗ ଧରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିନିକିଆ ଗସ୍ତରେ ଆସି ଚିଲିକା ଓ ସାଲେପୁର କୁଳିଆରେ ନିର୍ବାଚନୀ ସଭା କରିବେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ଆସନ୍ତା ୨୩ରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ କରଞ୍ଚିଆ, ଧାମନଗର, ବଡ଼ଚଣା ଓ ବାଲିକୁଦାରେ ପ୍ରଚାର କରିବେ ।

ଦୁଇଟି ପର୍ଯ୍ୟାୟ ନିର୍ବାଚନ ସାରିଥିବା ବେଳେ ଆସନ୍ତା ମେ' ୨୫ରେ ତୃତୀୟ ପର୍ଯ୍ୟାୟ ଓ ଜୁନ୍ ୧ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଚଳିତ ଥର ବିଜେପି ଫୋକସ୍ରେ ରହିଛି ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କଠାରୁ ଗୃହମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଜେପିର କେନ୍ଦ୍ରୀୟ ନେତା ବାରମ୍ବାର ଓଡ଼ିଶା ଆସି ବିଜେପି ସପକ୍ଷରେ ଜାରି ରଖିଛନ୍ତି ଧୁଆଁଧାର ପ୍ରଚାର ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଦେବଗଡ଼, ବଡବିଲ, ଚୌଦ୍ୱାର ଓ ବଡମ୍ବାରେ ସଭା କରିବେ । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାହାଙ୍ଗା ଆସୁଛନ୍ତି । ଆସନ୍ତାକାଲି ସାଲେପୁର ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ । କୁଳିଆ ଆରଏମସି ପଡ଼ିଆରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବେ ଯୋଗୀ ଆଦିତ୍ୟନାଥ ।
ବାଲିକୁଦା ଏରସମାରେ ବିଜେପି ପାଇଁ ପ୍ରଚାର କରିଛନ୍ତି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ସେ ବିଜେଡି ସରକାର ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ।
ସମ୍ବଲପୁରର ଅଇଁଠାପାଲିରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଜନସଭାକୁ ସମ୍ବୋଧିତ କରି ବିଜେଡିକୁ ଟାର୍ଗେଟ କରିଛନ୍ତି ଅମିତ । ତେବେ ଏହି ଅବସରରେ ଅମିତ୍ ଶାହ କହିଛନ୍ତି, ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଗଲାଣି । ଏବେ ସୁଦ୍ଧା ବିଜେପି ୩୧୦ ଆସନ ପାର ହୋଇଗଲାଣି । ଆଗାମୀ ୨ ପର୍ଯ୍ୟାୟରେ ଏହି ଆସନ ୪୦୦ ଟପିବ । କେବଳ ଲୋକସଭାରେ ୪୦୦ ଟପିଲେ ହେବନି ବରଂ ଓଡ଼ିଶା ବିଧାନସଭାରେ ମଧ୍ୟ ୭୫ରୁ ଅଧିକ ଆସନ ଆବଶ୍ୟକ ।
ଅମିତ୍ ଶାହ ଏହି ଅବସରରେ କହିଛନ୍ତି ଯେ, ସମ୍ବଲପୁରରେ ଶ୍ରମିକଙ୍କ ପାଇଁ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ସହ ମେଡିକାଲ କଲେଜ କରିବୁ । ଓଡ଼ିଶାରେ ପେସା ଆଇନ ଲାଗୁ କରିବୁ । ଓଡ଼ିଶାରେ ମେଡିକାଲ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ କରିବୁ । ଆଜି ବି ଓଡ଼ିଶାରେ ୨୬ ଲକ୍ଷ ଲୋକଙ୍କ ପାଖରେ ପାନୀୟ ଜଳ ନାହିଁ । ସଡକ, ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶା ବେଶ ପଛରେ ରହିଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିଗଲା, ଡୁପ୍ଲିକେଟ ଚାବି ବୁଲିଲା, ଯାଞ୍ଚ ରିପୋର୍ଟ ସାବର୍ଜନୀନ କରାଗଲାନି । କିନ୍ତୁ ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟକୁ ସାବର୍ଜନୀନ କରିବା ସହ ରତ୍ନଭଣ୍ଡାରର ଟିକିନିକି ତଥ୍ୟ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବୁ ।












Click it and Unblock the Notifications