ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି: ଅମିତ ଶାହ

ପୁଣି ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଲେ ଆଉ ନବୀନ ବାବୁ ଆସିବାର ନାହିଁ । ନବୀନଙ୍କର ଆଉ ଆବଶ୍ୟକତା ନାହିଁ କହିଲେ ଶାହ। ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି । ଓଡ଼ିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି।

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡ଼ିଶାର ସମ୍ମାନ ମୋଦି ବଢ଼ାଇଛନ୍ତି କହିଲେ ଶାହ । ଜି-୨୦ରେ କୋଣାର୍କ ଚକ୍ରକୁ ସିମ୍ବଲ କରି ବିଶ୍ୱରେ ପ୍ରସିଦ୍ଧ କରାଇଛନ୍ତି । ପାଇକ ସଂଗ୍ରାମ ସ୍ମୃତିରେ ସ୍ୱତନ୍ତ୍ର ମୁଦ୍ରା, ଡାକ ଟିକଟ କରିଛନ୍ତି ମୋଦି କହିଲେ ଶାହ ।

ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ନବୀନ । ନବୀନ ଭାବୁଛନ୍ତି ଏହାକୁ ଲାଗୁ କଲେ ତାଙ୍କ ଲୋକପ୍ରିୟତା କମିବ । ଜୁନ୍‌ ୪ରେ ନବୀନ ବାବୁ ଯାଉଛନ୍ତି, ବିଜେପି ସରକାର ଆସୁଛି । ନବୀନ ବାବୁ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି । ଓଡ଼ିଶାରେ ଚାଷୀଙ୍କ ଆୟ, ସାରା ଦେଶରେ ସର୍ବନିମ୍ନ ।

Amit shah target cm Naveen

ଶାଗମାଛ ଦରରେ ଧାନ ବିକୁଥିବାରୁ ଓଡ଼ିଶା ଚାଷୀଙ୍କ ଆୟ ବଢୁନି । ଛତିଶଗଡ଼ ଭଳି ଓଡ଼ିଶାରେ ୩୧ଶହ ଟଙ୍କାରେ ଧାନ କିଣାଯିବ । ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି । ଶ୍ରୀମନ୍ଦିର ୪ ଦ୍ବାର ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବ ।

ରତ୍ନଭଣ୍ଡାର ଅରିଜିନାଲ ଚାବି କୁଆଡ଼େ ଗଲା, ଡୁପ୍ଲିକେଟ ଚାବି କିଏ ତିଆରି କଲା । ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲା ଯାଇଛି କି ନାହିଁ । ରତ୍ନଭଣ୍ଡାର କମିଶନ ରିପୋର୍ଟ ବିଜେପି ଆସିଲେ ୬ ଦିନରେ ସାର୍ବଜନୀନ ହେବ ।

ବିଜେପି ଆସିଲେ ବ୍ୟାପକ ଜଳସେଚନ ବ୍ୟବସ୍ଥା କରାଯିବ । ଆଖୁ ଚାଷୀଙ୍କୁ ସମୃଦ୍ଧ କରିବା ବ୍ୟବସ୍ଥା କରିବ ବିଜେପି । ଗଂଜାମ ନବୀନ ବାବୁଙ୍କ ଜିଲ୍ଲା, ହେଲେ ଏଠାରେ ଗୋଟିଏ ବି କାରଖାନା ବସିନି । ଆମକୁ ଜିତାନ୍ତୁ, ଗଂଜାମକୁ ଦେଶର ନମ୍ବର ୱାନ୍‌ ଜିଲ୍ଲା କରାଯିବ ।

ନବୀନ ବାବୁ ସରକାର ଚଳାଉଛନ୍ତି କି ପ୍ରଶ୍ନ କଲେ ଶାହ । ଏଠାରେ ବାବୁମାନେ ସରକାର ଚଳାଉଛନ୍ତି ବୋଲି ସେ କହିଛନ୍ତି । ଯଦି ବାବୁଙ୍କୁ ଦେବାର ଥିଲା, ଓଡ଼ିଆ ବାବୁଙ୍କୁ ହେଲେ ଦେଇଥାନ୍ତେ । ନବୀନ ୱାନ୍‌ ନେସନ, ୱାନ୍‌ ରାସନ କାର୍ଡ କରୁନାହାନ୍ତି । ରାସନ ହଡ଼ପ କରିବା ଲକ୍ଷ୍ୟରେ ତାଙ୍କ ବାବୁମାନେ ଏହା ଲାଗୁ କରୁନାହାନ୍ତି ।

ବିଜେପି ସରକାର ଆସିଲେ ୱାନ୍‌ ନେସନ ୱାନ୍‌ ରାସନ କାର୍ଡ ଲାଗୁ ହେବ । ୫ ବର୍ଷ ବିଜେପିକୁ ଦିଅନ୍ତୁ, ଓଡ଼ିଶାର କେହି ରୋଜଗାର ପାଇଁ ବାହାରକୁ ଯିବେନି । ଓଡ଼ିଶାରେ ପାଣିର ଭଣ୍ଡାର ଅଛି, ଜଳସେଚନ ବ୍ୟବସ୍ଥା ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+