ପୁଣି ବିଜେଡ଼ି ଉପରେ ବର୍ଷିଲେ; ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ ବୋଲି କହିଲେ ଶାହା
ପୁଣି ବିଜେଡ଼ି ଉପରେ ବର୍ଷିଲେ ଅମିତ୍ ଶାହ । ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଲେ ଅମିତ ଶାହ । ଓଡ଼ିଶାରେ ଓଡ଼ିଆ ଭାଷା ସଂସ୍କୃତି ଆଧାରରେ ସରକାର ହେବାକୁ ଯାଉଛି । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଆତ୍ମାକୁ ଆଜି ଶାନ୍ତି ମିଳୁଥିବ । ଏଥର ଓଡ଼ିଶାରେ ଡବଲ ଇଂଜିନ ସରକାର ହେବାକୁ ଯାଉଛି ବୋଲି ସେ କହିଛନ୍ତି।
ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ସରିଗଲାଣି, ମୋଦି ୩ ଶହ ପାର୍ କରିଗଲେଣି। ସାତ ପର୍ଯ୍ୟାୟ ପରେ ୪ଶହ ପାର୍ ହୋଇଯାଇଥିବ କହିଲେ ଶାହ। ଓଡ଼ିଶାକୁ କେବଳ ୪ ଶହ ପାର୍ ନୁହେଁ, ଏଠାରେ ବି ପଦ୍ମ ଫୁଟିବା ଦରକାର । ଓଡ଼ିଶାର କଳା, ସଂସ୍କୃତିର ସୁରକ୍ଷା ପାଇଁ ବିଜେପି ସରକାର ଦରକାର ।
ଓଡ଼ିଶା ସରକାର ପାଇକ ବିଦ୍ରୋହକୁ ଭୁଲିବାକୁ ବ୍ୟବସ୍ଥା କରୁଛି ହେଲେ ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହ ସ୍ମରଣରେ ସ୍ୱତନ୍ତ୍ର ମୁଦ୍ରା ପ୍ରଚଳନ କରିଛନ୍ତି ବୋଲି କହିଲେ ଅମିତ୍ ଶାହ । ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟିଚିପିବାକୁ ଉଦ୍ୟମ କରିଛନ୍ତି । ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି । ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ ବୋଲି କହିଲେ ଶାହା ।

ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ। ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ପ୍ରଧାନମନ୍ତ୍ରୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ । ସାରା ଦେଶରେ ଓଡ଼ିଶା ସମୃଦ୍ଧ, ଓଡ଼ିଶା ଲୋକ କିନ୍ତୁ ଗରିବ ବୋଲି ସେ କହିଲେ ।
ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟି ଚାଲିଛନ୍ତି । କଥା ଦେଉଛି, ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ। ଓଡ଼ିଶାରେ ସବୁ ଅଛି, କିନ୍ତୁ ଗୋଟିଏ ଜିନିଷ ହିଁ କେବଳ ଅଭାବ
ଓଡ଼ିଶା ପାଇଁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି ।
ଶାହା ଆହୁରି କହିଛନ୍ତି ଯେ, କଥା ଦେଉଛି, ବିଜେପି ସରକାରରେ ଓଡ଼ିଶା ପାଇଁ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ। ନବୀନ ସରକାର, ଖାଲି ଅଖାର ସରକାର। ମୋଦି ଚାଉଳ ଦେଉଛନ୍ତି, ନବୀନ ବାବୁ ଫଟୋ ଲଗା ଅଖା ଦେଉଛନ୍ତି । ଖାଲି ଅଖାରେ ପେଟ ପୁରେନି, ଯଦି ଦେବା କଥା ଚାଉଳ ଦିଅନ୍ତୁ । ରତ୍ନଭଣ୍ଡାର ଚାବି ହଜିଲାଣି, ନକଲି ଚାବି ବାହାରିଲାଣି ବୋଲି ଶାହା କହିଛନ୍ତି ।
ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ହିସାବ ଖୁଲାସା ହେବ । ରତ୍ନ ଭଣ୍ଡାର ରିପୋର୍ଟକୁ ବିଜେପି ଆସିଲେ ସାର୍ବଜନୀନ କରିବ ବୋଲି ଶାହ କହିଛନ୍ତି । ଆଦିବାସୀଙ୍କ ଜମି ବିକ୍ରି କରିବାର କାମ ଏଠି ଚାଲିଛି ।
ପେସା ଆଇନ ମଧ୍ୟପ୍ରଦେଶରେ ଲାଗୁ ହୋଇଛି, ଏଠି ବି ଲାଗୁ କରିବୁ ବୋଲି କହିଛନ୍ତି ଅମିତ ଶାହ ।












Click it and Unblock the Notifications