ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ; ନବରଙ୍ଗପୁରରେ ସର୍ବାଧିକ ୮୦.୨୨% ମତଦାନ, ବ୍ରହ୍ମପୁରରେ ସବୁଠୁ କମ ୬୪.୩୪ %

ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ଜୁନ୍ ୪ ରେ ଫଳାଫଳ । କିଏ ମାରିବ ବାଜି ? ୩୭ ସାଂସଦ ଓ ୨୪୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।

ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ୭୩.୯୭% ମତଦାନ ହୋଇଛି । ଲୋକସଭା ଆସନ ପାଇଁ ନବରଙ୍ଗପୁରରେ ସର୍ବାଧିକ ୮୦.୨୨% ମତଦାନ ହୋଇଥିବା ବେଳେ ବ୍ରହ୍ମପୁରରେ ସବୁଠୁ କମ ୬୪.୩୪ % ପ୍ରତିଶତ ଭୋଟ୍ ପଡ଼ିଛି ।

କୋଟିଆରେ ରେକର୍ଡ ୭୬ ପ୍ରତିଶତ ମତଦାନ ହୋଇଛି । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୭୫. ୭୧ ପ୍ରତିଶତ ଭୋଟିଂ ହୋଇଥିବା ବେଳେ କୋରାପୁଟ ସଂସଦୀୟ କ୍ଷେତ୍ରରେ ୭୬. ୯୮.୪୩ ପ୍ରତିଶତ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିଛନ୍ତି ।

Odisha Assembly election

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟ୍ ପଡ଼ିଛି । ସେହିପରି ଚତୁର୍ଥ ପର୍ଯ୍ୟାୟରେ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ। ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୩୭% ଭୋଟ୍ ରହିଛି ।

କିଛି ସ୍ଥାନରେ ସକାଳେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା ତୁରନ୍ତ ଆକ୍ସନକୁ ଆସିଥିଲା ପୋଲିଂ ଟିମ୍। ସେଠାରେ ଇଭିଏମ ବଦଳାଯାଇ ଭୋଟିଂ ଆରମ୍ଭ କରାଯାଇଥିଲା। ସକାଳୁ ସକାଳୁ ଦେଖାଦେଇଥିଲା ଭୋଟଦାନର ଉତ୍ସାହ। ମାଓ ଅଞ୍ଚଳ ଏବଂ ବିଚ୍ଛିନ୍ନାଞ୍ଚଳରେ ମଧ୍ୟ ଭୋଟ୍ ଦେଇଥିଲେ ଭୋଟର୍। ଦିବ୍ୟାଙ୍ଗ ଭୋଟର ହ୍ବିଲଚେୟାରରେ ଆସି ଭୋଟ୍‌ ଦେଇଥିଲେ। ସେହିପରି କିଛି ସ୍ଥାନରେ ଗଣ୍ଡଗୋଳ ହୋଇଥିବାର ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+