ଓଡ଼ିଶା ବିଧାନସଭା ନିର୍ବାଚନ: ରାଜ୍ୟରେ ଦିବା ୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ, ବରଗଡରେ ସର୍ବାଧିକ, ଆସ୍କାରେ ସର୍ବନିମ୍ନ

ରାଜ୍ୟରେ ଦିବା ୩ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ ହୋଇଛି । ବରଗଡରେ ସର୍ବାଧିକ ୫୩.୮୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଆସ୍କାରେ ୪୬.୨୩ ପ୍ରତିଶତ ସହ ସବୁଠୁ କମ ଭୋଟିଂ ହୋଇଛି । ସେହିପରି ଯଦି ଆମେ ଦେଖିବା ସୁନ୍ଦରଗଡରେ ୪୮.୯୬ ପ୍ରତିଶତ, କନ୍ଧମାଳ ୪୮.୯୩ ପ୍ରତିଶତ, ବଲାଙ୍ଗୀରରେ ୪୬.୯୬ ପ୍ରତିଶତ ମତଦାନ ହୋଇଛି । ତେବେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ ।

ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ଜନତା । ମୋଟ୍ ୯୧୪୮ଟି ମତଦାନ କେନ୍ଦ୍ରରେ ୭୯ ହଜାରରୁ ଅଧିକ ମତଦାତା ସେମାନଙ୍କର ପସନ୍ଦ୍ର ନେତା ବାଛୁଛନ୍ତି । ମୋଟ୍ ୩୦୫ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ ।

୫ଟି ଲୋକସଭା ଆସନରେ ୪୦ ଜଣ ପ୍ରାର୍ଥୀ ଥିବା ବେଳେ ୩୫ଟି ବିଧାନସଭା ଆସନ ପାଇଁ ୨୬୫ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୦୧୯ରେ ବିଜେପି ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ ଲୋକସଭା ଆସନ ଜିତିଥିବାବେଳେ ବିଜେଡି ଆସିକା ଓ କନ୍ଧମାଳ ଆସନ ଜିତିଥିଲା । ଏଥର ସେହି ଧାରା ବଜାୟ ରହିବ ନା କିଏ ବାଜି ମାରିନେବ ।

odisha assembly election

ସେହିପରି ୩୫ଟି ବିଧାନସଭା ଆସନରୁ ବିଜେଡି ଏକାକୀ ୨୬ଟି ଆସନ ଜିତିଥିବାବେଳେ ଉଭୟ ବିଜେପି ଓ କଂଗ୍ରେସ ୪ଟି ଲେଖାଏଁ ଆସନ ଜିତିଥିଲେ । ସିପିଆଇଏମ୍ ଗୋଟିଏ ଆସନ ଜିତିଥିଲେ । ଏହି ପର୍ଯ୍ୟାୟରେ ମୋଟ୍ ୩୦୫ଜଣ ପ୍ରାର୍ଥୀ ଥିଲେ ହେଁ ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଅଛି । ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସମେତ କଂଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି ।

ହିଞ୍ଜିଳି ନବୀନଙ୍କ ଗଡ଼ ହୋଇଥିବାବେଳେ କଂଟାବାଞ୍ଜିରେ ଉଭୟ କଂଗ୍ରେସ ଓ ବିଜେପି କଡ଼ା ଟକ୍କର ଦେଇପାରନ୍ତି ବୋଲି ଆଲୋଚନା ହେଉଛି । ସେହିପରି ଦିଲୀପ ରାୟ, ମନ୍ତ୍ରୀ ସାରଦା ନାୟକ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ସଙ୍ଗୀତା ସିଂହଦେଓ, ଟିଟିଲାଗଡ଼ରେ ମନ୍ତ୍ରୀ ଟୁକୁନି ସାହୁ, ଭଞ୍ଜନଗରରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୋନପୁରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାନଖେମୁଣ୍ଡିରେ କଂଗ୍ରେସ ବିଧାୟକ ରମେଶ ଜେନାଙ୍କର ହେବ ଭାଗ୍ୟ ପରୀକ୍ଷା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+