ରାଜ୍ୟରେ ୩ ବର୍ଷ ମଧ୍ୟରେ ୨,୯୮,୯୩୩ ଗ୍ରାଜୁଏଟ୍ ବେକାରୀ, ଉତ୍ତର ରଖିଲେ ପ୍ରୀତିରଂଜନ ଘଡ଼େଇ
ଭୁବନେଶ୍ୱର: ରାଜ୍ୟରେ ବେକାରୀ ସଂଖ୍ୟା ବଢୁଥିବା ନେଇ ଗୃହରେ ମନ୍ତ୍ରୀଙ୍କ ସୂଚନା । ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇ ଉତ୍ତର ରଖିଛନ୍ତି । ୨୦୧୯-୨୩ରେ ୧୧ଲକ୍ଷ ୬ହଜାର ୫୩୬ଚାକିରି ଆଶାୟୀ ଥିବା ବେଳେ ୨୦୧୯ରେ ୧୦୫୩ ଜଣଙ୍କୁ ନିଯୁକ୍ତି ମିଳିଛି ।
ସେହିପରି ୨୦୨୦ରେ ୮୩ଜଣଙ୍କୁ ନିଯୁକ୍ତି ମିଳିଛି ୨୦୨୧ରେ ୧୭୨, ୨୦୨୨ରେ ୫୯ ଓ ୨୦୨୩ରେ ୪୯୯ ଜଣଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟରେ ୩ ବର୍ଷ ମଧ୍ୟରେ ୨,୯୮,୯୩୩ ଗ୍ରାଜୁଏଟ୍ ବେକାରୀ ଅଛନ୍ତି । ଏହାରି ଭିତରେ ଉପସ୍ଥାପନ ହୋଇଛି ସିଏଜି ରିପୋର୍ଟ । ଗୃହ ୫ଟା ୪୫ ଯାଏଁ ମୁଲତବି ରହିଛି ।

ଆଜି ବି ଠିକ୍ ଭାବରେ ଚାଲି ପାରିଲାନି ବିଧାନସଭା ।ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ହଟ୍ଟଗୋଳ କରିଥିଲେ ।
ରାଜ୍ୟରେ ୨୦୧୫-୧୬ ଠାରୁ ୨୦୨୩-୨୪ ମଧ୍ୟରେ ୬୯୮ଟି ହାତୀ, ୪୮ଟି କଲରାପତରିଆ ବାଘ ଓ ୭ଟି ମହାବଳ ବାଘର ମୃତ୍ୟୁ ହୋଇଛି । ବିଭିନ୍ନ କାରଣରୁ ସେମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ସଡକ ଦୁର୍ଘଟଣା, ଶିକାର, ବିଭିନ୍ନ ରୋଗ, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ବିଷ ପ୍ରୟୋଗ ଇତ୍ୟାଦି ମୁଖ୍ୟ କାରଣ ଯୋଗୁଁ ମୃତ୍ୟୁ ପ୍ରମୁଖ କାରଣ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଉତ୍ତର ରଖିଛନ୍ତି ।
୨୦୧୫ରୁ ୨୦୨୩ ମସିହା ପର୍ଯ୍ୟନ୍ତ କେତେ ସଂଖ୍ୟକ ହାତୀ ଓ ବାଘଙ୍କ ମୃତ୍ୟୁ ଘଟିଲାଣି ଓ କେଉଁ କେଉଁ ମୁଖ୍ୟ କାରଣରୁ ସେମାନେ ମୃତ୍ୟୁମୁଖରେ ପଡୁଛନ୍ତି ତାର ନିରାକରଣ କରିବା ପାଇଁ ସରକାର କି କି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବିଧାୟକ ପ୍ରଫୁଲ ସାମଲ ପ୍ରଶ୍ନ କରିଥିଲେ ।
ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ଦେଖିବାକୁ ମିଳୁଛି ହଟ୍ଟଗୋଳ । ମାତ୍ର ଦିନେ ଦୁଇ ଦିନ ଛାଡ଼ି ଦେଲେ ଅନ୍ୟ କୌଣସ ଦିନ ଗୃହ ସ୍ୱାଭାବିକ ଭାବେ ଚାଲି ପାରୁନି । ଆଜି ବି ସମାନ ଅବସ୍ଥା ।












Click it and Unblock the Notifications