ବିଧାନସଭାରେ ଚୁଡ଼ା-ମୁଢ଼ି ତାତି, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ବିଧାନସଭାରେ ଉଠିଲା ଚୁଡ଼ା, ମୁଢ଼ି ଉପରେ GST ପ୍ରସଙ୍ଗ । ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଚୁଡ଼ାମୁଢ଼ି ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ ହେବାରୁ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରାଯ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଚୁଡ଼ା, ମୁଢ଼ି ଉପରେ GST ପ୍ରସଙ୍ଗ । ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯଦି କେନ୍ଦ୍ର ସରକାର ଏହା ଉପରେ ଜିଏସଟି ଲଗାଉଛନ୍ତି ତେବେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ନ ଲଗାନ୍ତୁ ବୋଲି ସେ ଦାବି କରିଛନ୍ତି । ଚୁଡ଼ାମୁଢ଼ି ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ ହେବାରୁ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।

Odisha Assembly

କଂଗ୍ରେସ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, GST ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ । ଏହି ଜିଏସଟି କେବଳ କମ୍ପାନୀମାନଙ୍କରେ ହେଉଥିବା ପ୍ୟାକେଟ୍ ଉପରେ ଲାଗୁହେବ । ଗ୍ରାମାଞ୍ଚଳରେ ବିକ୍ରି ହେଉଥିବା ଖୁଚୁରା ବ୍ୟବସାୟ କିମ୍ବା ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡିବନି ।

ସେହିଭଳି ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ ଚୁଡ଼ା, ମୁଢ଼ି, ଉଖୁଡା ଓ ଦହି ଭଳି ସାମଗ୍ରୀରେ ଜିଏସଟି ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି କହିଛନ୍ତି । ତେଣୁ ଏହିସବୁ ଖାଦ୍ୟ ପଦାର୍ଥରୁ ଜିଏସଟି ହଟାଇବାକୁ ଦାବି କରିବା ସହ ଗୃହରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି , ଏହା ଗରିବଙ୍କ ପେଟରେ ଲାତ । ଏହା ଉପରେ କମିଟି ହେଉ । ଜିଏସଟି କମିଶନ ଓ ପ୍ରଧାନମନ୍ତ୍ରୀଙ୍କୁ କମିଟି ଭେଟୁ । ଚୁଡ଼ା, ମୁଢି, ଖଇ, ଦହି, କ୍ଷୀର, ବଟର ଉପରେ ଜିଏସଟି ଲାଗୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିୃଧାୟକ ସନ୍ତୋଷ ସିଂ ସାଲୁଜା । ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି ।

ଉଲ୍ଲେଖଥାଉ କି, ଆଜିଠୁ ଚୁଡ଼ା, ମୁଢି, ଖଇ, ଦହି, କ୍ଷୀର, ବଟର ପ୍ୟାକେଟ୍ ଓ ଲେବଲ ଲାଗି ବିକ୍ରି ହେଉଥିବା ଏଭଳି ଅଣ ବ୍ରାଣ୍ଡେଡ୍ ସାମଗ୍ରୀକୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇଛି। ଏହା ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗିଛି । ସେହିପରି ପ୍ରିଣ୍ଟିଂ କାଳି, ଏଲ୍ଇଡି ଲ୍ୟାମ୍ପ, ଲାଇଟ୍, ସାଇକେଲ ପମ୍ପ, ବିଦ୍ୟୁତ୍‌ ଚାଳିତ ପମ୍ପ, ଛୁରୀ, ବ୍ଲେଡ, ପେନସିଲ କଟର, ଚାମଚ, ଫର୍କ ଉପରେ ସଂଶୋଧିତ ଜିଏସ୍‌ଟି ଲାଗୁ ହେବ। ବିହନ ସହ କୃଷି ଯନ୍ତ୍ରାଂଶ, ପବନ ଚାଳିତ ଅଟା ଚକି, ଗ୍ରାଇଣ୍ଡରରେ ଜିଏସ୍‌ଟିକୁ ୧୮ %କୁ ବୃଦ୍ଧି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+