Odisha Assembly: ରାଜ୍ୟରେ ଏବେ ୧୯୧ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ

ରାଜ୍ୟରେ ଏବେ ୧୯୧ଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ଉତ୍ତର। ରାଜ୍ୟରେ ମାତ୍ର ୧୬ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ନିର୍ମାଣାଧୀନ ୧୯୧ ପାନୀୟ ଜଳ ପ୍ରକଳ୍ପ ୩ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ । ୨୦୨୫ ମାର୍ଚ୍ଚ ସୁଦ୍ଧା ୫୬ଟି, ଡିସେମ୍ବର ସୁଦ୍ଧା ୫୪ଟି ସରିବ । ବାକି ୮୧ଟି ପ୍ରକଳ୍ପ ୨୦୨୫ ଜୁନ୍ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛି ବିଭାଗ।

Odisha Assembly

ମୋଟ ୧୯୬ ଜଣ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଦୀର୍ଘ ଦିନ ଛୁଟିରେ ଥିବା ସମ୍ପୃକ୍ତ ୧୯୬ ଜଣ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ରାଜ୍ୟ ସରକାର ଶୂନ ସହନଶୀଳତା ଉପରେ କାର୍ଯ୍ୟ କରୁଛନ୍ତି ।

ନିୟମ ଅନୁସାରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୯୬ ଜଣ ଡାକ୍ତର ବିଭିନ୍ନ କାରଣ ଦର୍ଶାଇ ଛୁଟିରେ ରହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟରେ ଗୋଟିଏ ଡାକ୍ତରଙ୍କ ଅଭାବ ଯୋଗୁଁ ସ୍ୱାସ୍ଥ୍ୟ ସେବା ବ୍ୟାହତ ହେଉଛି । ଅନ୍ୟପଟେ ସରକାରୀ ନିଯୁକ୍ତି ପାଇ ମଧ୍ୟ ବହୁ ଡାକ୍ତର କାର୍ଯ୍ୟରେ ଯୋଗନଦେଇ ଛୁଟିରେ ରହୁଛନ୍ତି । ଅନ୍ୟପକ୍ଷରେ ସମ୍ପୃକ୍ତ ଡାକ୍ତର ବିଭିନ୍ନ ଘରୋଇ ସେବାରେ ଲିପ୍ତ ଥିବା ଅଭିଯୋଗ ମାନ ଉଠୁଛି ।

ଅନ୍ୟପକ୍ଷରେ ରାଜ୍ୟରେ ୫୦୧୪ଟି ଡାକ୍ତରୀ ପଦବୀ ଖାଲି ପଡ଼ିଛି । ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫୦୧୪ ଡାକ୍ତର ପଦବୀ ଖାଲି ପଡ଼ିଛି । ୩୦ଟି ଜିଲ୍ଲାରେ ୩୭୫ଟି ସିଏଚସିରେ ଡାକ୍ତର ନାହାନ୍ତି । ସର୍ବାଧିକ ଗଞ୍ଜାମରେ ୪୫୦ ଓ ମୟୂରଭଞ୍ଜରେ ୩୦୯ ପଦବୀ ଖାଲି ପଡ଼ିଛି । ସେହିପରି ଖୋର୍ଦ୍ଧାରେ ୧୨, କଟକରେ ୨୮୧ ଡାକ୍ତରୀ ପଦବୀ ଖାଲି ପଡ଼ିଛି । ମୟୂରଭଞ୍ଜ ଓ ଗଞ୍ଜାମରେ ସର୍ବାଧିକ ୮୭ଟି ଲେଖାଏଁ ସ୍ପେଶାଲିଷ୍ଟ ଡାକ୍ତରୀ ପଦବୀ ଖାଲି ପଡ଼ିଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+