Get Updates
Get notified of breaking news, exclusive insights, and must-see stories!

ଗୃହ ବିଭାଗର ଶ୍ୱେତପତ୍ର: ବର୍ଷ ୨୦୨୧ ତୁଳନାରେ ୨୨ରେ ୧୫% ବଢିଛି ଅପରାଧ

ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ୨୦୨୨ ମସିହାର ଶ୍ୱେତପତ୍ର । ୧୨ ପୃଷ୍ଠାର ଏହି ଶ୍ୱେତପତ୍ରରେ ରାଜ୍ୟର ଅପରାଧ ସ୍ଥିତି, ଆଇନଶୃଙ୍ଖଳା ପରିସ୍ଥିତି, ଶିଳ୍ପ ବାତାବରଣର ସାମଗ୍ରିକ ଚିତ୍ର ଦିଆଯାଇଛି ।

Odisha Assembly

ଭୁବନେଶ୍ୱର: ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ୨୦୨୨ ମସିହାର ଶ୍ୱେତପତ୍ର । ୧୨ ପୃଷ୍ଠାର ଏହି ଶ୍ୱେତପତ୍ରରେ ରାଜ୍ୟର ଅପରାଧ ସ୍ଥିତି, ଆଇନଶୃଙ୍ଖଳା ପରିସ୍ଥିତି, ଶିଳ୍ପ ବାତାବରଣର ସାମଗ୍ରିକ ଚିତ୍ର ଦିଆଯାଇଛି ।

ତେବେ ବର୍ଷ ୨୦୨୧ ତୁଳନାରେ ୨୨ରେ ୧୫% ଅପରାଧ ବଢିଥିବା ଶ୍ୱେତପତ୍ରରେ ଦର୍ଶାଯାଇଛି । ଏହ ସହ ୫୧ ହଜାର ମାମଲାରେ ଚାର୍ଜସିଟ୍ ହୋଇ ନଥିବା ବେଳେ ରାଜ୍ୟରେ ୨୦୨୨ ମସିହାରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫% ବୃଦ୍ଧିପାଇଛି । ୨୦୨୧ରେ ରାଜ୍ୟରେ ମୋଟ ଧର୍ତ୍ତବ୍ୟ ଅପରାଧ ମାମଲା ୧ ଲକ୍ଷ ୫୫ହଜାର ୪୨୦ଟି ପଞ୍ଜିକୃତ ହୋଇଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ୧୯୦କୁ ବୃଦ୍ଧି ପାଇଛି । ୨୦୨୧ ତୁଳନାରେ ୨୦୨୨ରେ ଅଧିକ ୨୨ ହଜାର ୭୭୦ଟି ଅପରାଧ ହୋଇଛି ।

ଏଥି ମଧ୍ୟରୁ ୩୧୮୪ଟି ଦୁଷ୍କର୍ମ, ୧୧,୬୬୩ ମୋଟର ଯାନ ଦୁର୍ଘଟଣା, ୧୩୭୯ ହତ୍ୟା ମାମଲା ରହିଛି । ୨୦୨୨ରେ ମୋଟ ରୁଜୁ ହୋଇଥିବା ୩୧୮୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୩୧୩୫ଟି ମାମଲାରେ ସତ୍ୟତା ରହିଛି । ବର୍ଷ ଶେଷ ସୁଦ୍ଧା ୨୨୩୭ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ୧୧, ୬୬୩ଟି ମୋଟରଯାନ ଦୁର୍ଘଟଣା ମାମଲା ମଧ୍ୟରୁ ୧୧, ୫୬୧ଟି ମାମଲାରେ ସତ୍ୟତା ରହିଥିବା ବୋଲି ଶ୍ୱେତପତ୍ରରେ ଦର୍ଶାଯାଇଛି ।

ସେହିପରି ୨୦୨୨ରେ ମୋଟ ୧୩୭୯ଟି ହତ୍ୟା ଘଟଣାରୁ ୧ ହଜାର ୩୦୧ଟି ସତ ଓ ସେଥିରୁ ୬୪୦ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ୩୧୮୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୩୧ ହଜାର ୩୬୫ଟି ସତ୍ୟ ଓ ସେଥିରୁ ୨ହଜାର ୨୩୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି ।

ସେପଟେ 'ଅପରେସନ୍‌‌ ଘର୍‌‌ ୱାପ୍‌‌ସି' କାର୍ଯ୍ୟକ୍ରମ ଜରିଆରେ ୨୦୨୨ରେ ମୁଖ୍ୟସ୍ରୋତକୁ ଫେରିଛନ୍ତି ୩ ହଜାର ଦୁର୍ଦ୍ଧର୍ଷ ମାଓବାଦୀ । ସରକାରଙ୍କ ନକ୍ସଲ ନିୟନ୍ତ୍ରଣ ଯୋଜନା ଓ ଅପହଞ୍ଚ ଇଲାକାର ବିକାଶକୁ ଗୁରୁତ୍ୱ ଦିଆଯିବାରୁ ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ ଆଶାତୀତ ଭାବେ ହ୍ରାସ ପାଇଛି । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଏବେ ମାଓମୁକ୍ତ । ଏହାସହିତ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଜିଲ୍ଲା ମାଓମୁକ୍ତ ହେଉଥିବା ଗୃହ ବିଭାଗର ଏହି ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି ।

ସେହିପରି ନିଶା ଓ ନିଷିଦ୍ଧ ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବାରେ ମଧ୍ୟ ସରକାରଙ୍କୁ ମିଳିଛି ବଡ଼ ସଫଳତା । ସ୍ୱତନ୍ତ୍ର ଟାସ୍କ୍‌‌ ଫୋର୍ସ ଦ୍ୱାରା ୭୫ଟି ଏନ୍‌‌ଡିପିଏସ୍‌‌ ମାମଲା ଦରଜ ହେବା ସହ ୧୩୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ୧୧୭୨ କ୍ୱିଣ୍ଟାଲ ୮୯ କିଲୋ ୧୫୦ ଗ୍ରାମ୍‌‌ ଗଞ୍ଜେଇ, ୫୦ କିଲୋ ୨୩୭ ଗ୍ରାମ୍‌‌ ବ୍ରାଉନ୍‌‌ସୁଗର ଜବତ ହୋଇଛି । ମୋଟ ୧୮୯୨ଟି ମାମଲା ଦରଜ ହୋଇଥିବାବେଳେ ନିଶାଦ୍ରବ୍ୟ ଚୋରାଚାଲାଣ କରିବା ଅପରାଧରେ ୨୬୦୩ ଜଣ ଗିରଫ ହୋଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+