ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଆଗତ
ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଆଗତ । ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଆଗତ । ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀଙ୍କ ସମର୍ଥନ କରିଛନ୍ତି । ଗୃହରେ ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା କରାଯାଇଛି ।
ବିଧାନସଭାର ପୂର୍ବତନ ସଦସ୍ୟ ଥିଲେ ରାସମଞ୍ଜରୀ ଦେବୀ । ଏଥି ସହିତ ସେ ଥିଲେ ଭାରତ ବର୍ଷର ଶେଷ ରାଣୀ । ଗତକାଲି ୯୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା । ଆଠଗଡ଼ ନିର୍ବାଚନ ମଣ୍ଡଳୀର ପ୍ରଥମ ତଥା ଏକମାତ୍ର ମହିଳା ବିଧାୟିକା, ପୂର୍ବତନ କଟକ ଜିଲ୍ଲା ପରିଷଦ ଉପସଭାପତି, ତିଗିରିଆ ପଞ୍ଚାୟତ ସମିତିର ପ୍ରଥମ ଅଧ୍ୟକ୍ଷା ତଥା ତିଗିରିଆ ଗଡ଼ଜାତର ପୂର୍ବତନ ରାଣୀ ଥିଲେ ରାସମଞ୍ଜରୀ ଦେବୀ । ସେ ୧୯୭୭ରେ ରାସମଞ୍ଜରୀ ଦେବୀ ଜନତା ଦଳରୁ ୧୯୭୭-୮୦ ମସିହା ପର୍ଯ୍ୟନ୍ତ ଆଠଗଡ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୨୦୦୨-୨୦୦୭ ପର୍ଯ୍ୟନ୍ତ ତିଗିରିଆ ୧୪ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟଭାବେ ନିର୍ବାଚନ ଲଢି କଟକ ଜିଲ୍ଲା ପରିଷଦର ଉପ ସଭାନେତ୍ରୀ ଥିଲେ । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ରାସମଞ୍ଜରୀ ଦେବୀ । ରାସମଞ୍ଜରୀ ଦେବୀଙ୍କ ମୃତ୍ୟୁ ପରେ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି ।
ତେବେ ସୋନପୁର ମହାରାଜା କୁମାର ଯଶୋବନ୍ତ ସିଂହଦେଓ ଓ ମହାରାଣୀ ତ୍ରିଦୋଶେଶ୍ୱରୀଙ୍କ ଏକମାତ୍ର ଝିଅ ରାସମଂଜରୀ ୧୯୨୭ ନଭେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୪୪ ମସିହାରେ ସେ ତିଗିରିଆ ଗଡ଼ଜାତର ଶାସକ ରାଜା ରାଜଶ୍ରୀ ବ୍ରଜରାଜ କ୍ଷତ୍ରୀୟ ବୀରବର ଚମୁପତି ସିଂ ମହାପାତ୍ରଙ୍କୁ ବିବାହ କରିଥିଲେ । ତତ୍କାଳୀନ ରାଜନେତା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଉଦ୍ୟମରେ ରାସମଞ୍ଜରୀ ଦେବୀ ୧୯୬୭ ମସିହାରେ ରାଜନୀତିକୁ ଆସିଥିଲେ । ୧୯୭୦ରୁ ୧୯୭୩ ମସିହା ପର୍ଯ୍ୟନ୍ତ ତିଗିରିଆ ବ୍ଲକ୍ ତଥା ସମଗ୍ର ରାଜ୍ୟର ପ୍ରଥମ ମହିଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ସେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ ।












Click it and Unblock the Notifications