ବିଧାନସଭା ବଜେଟ୍ ଅଧିବେଶନ: ପ୍ରଶ୍ନକାଳରେ ଚାଷୀ ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ହୋହଲ୍ଲା

ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ । ଆଜି ଉପସ୍ଥାପନା ହେବ ରାଜ୍ୟ ବଜେଟ୍ । ତେବେ ଆଜି ମଧ୍ୟ ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା ଦେଖିବାକୁ ମିଳିଛି ।

Odisha Assembly

ଭୁବନେଶ୍ୱର: ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ । ଆଜି ଉପସ୍ଥାପନା ହେବ ରାଜ୍ୟ ବଜେଟ୍ । ତେବେ ଆଜି ମଧ୍ୟ ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା ଦେଖିବାକୁ ମିଳିଛି । ପ୍ରଶ୍ନକାଳରେ ଚାଷୀ ପ୍ରସଙ୍ଗ ଉଠାଇ ବିରୋଧୀ ହୋହଲ୍ଲା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ, ବିଜେପି ସଦସ୍ୟମାନେ ନାରାବାଜି କରିଛନ୍ତି । ଫଳରେ ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ବିକ୍ରମକେଶରୀ ଆରୁଖ ।

ସେପଟେ, ଅପରାହ୍ଣରେ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତ ବର୍ଷ ତୁଳନାରେ ଏବର୍ଷ ପ୍ରାୟ ୧୫ ପ୍ରତିଶତ ବଜେଟ୍ ବଢିବ ବୋଲି ଆକଳନ କରାଯାଇଛି । କିନ୍ତୁ ଖର୍ଚ୍ଚ ଭରଣା ପାଇଁ ପୁଣି ଋଣ ଉପରେ ଭରସା କରିବାକୁ ପଡିପାରେ ।

ଗତବର୍ଷ ବଜେଟ ୨ ଲକ୍ଷ କୋଟି ଟଙ୍କା ଥିଲା । ଏଥର ଅଢେଇ ଲକ୍ଷ କୋଟି ଟଙ୍କାର ବଜେଟ୍ ଆସିବ ବୋଲି ଆକଳନ କରାଯାଇଛି । ବଜେଟରେ ବିଶେଷକରି ସ୍ୱାସ୍ଥ୍ୟ, ମହିଳା ଏବଂ କୃଷି କ୍ଷେତ୍ରକ ଅଧିକ ଗୁରୁତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି । ୨୦୨୪ରେ ନିର୍ବାଚନ ଥିବାରୁ ଏହି ବଜେଟ୍ ବିଜେଡି ପାଇଁ ଗୁରୁତ୍ୱ ବହନ କରିବ ବୋଲି ମଧ୍ୟ କୁହାଯାଉଛି ।

ଟିକସ ଭାଗ ବାବଦକୁ ଓଡ଼ିଶା କେନ୍ଦ୍ର ସରକାରଙ୍କ ଠାରୁ ଚଳିତ ବର୍ଷ ୧୦ ହଜାର କୋଟି ଟଙ୍କା ଅଧିକ ପାଇବ । କିନ୍ତୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବ ବୋଲି ଆଳକନ କରାଯାଇଛି । ବଜେଟରେ ବିଶେଷକରି ସ୍ୱାସ୍ଥ୍ୟ, ମହିଳା ଏବଂ କୃଷି କ୍ଷେତ୍ରକ ଅଧିକ ଗୁରୁତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି । ୨୦୨୪ରେ ନିର୍ବାଚନ ଥିବାରୁ ଏହି ବଜେଟ୍ ବିଜେଡି ପାଇଁ ଗୁରୁତ୍ୱ ବହନ କରିବ ବୋଲି ମଧ୍ୟ କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+