ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି
ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା । ଗୃହରେ ହଟ୍ଟଗୋଳ ଯୋଗୁଁ ମୁଲତବି ଘୋଷଣା କଲେ ବାଚସ୍ପତି ।

ଭୁବନେଶ୍ବର: ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା । ଗୃହରେ ହଟ୍ଟଗୋଳ ଯୋଗୁଁ ମୁଲତବି ଘୋଷଣା କଲେ ବାଚସ୍ପତି ।
ଭିନ୍ନ ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ଓ ବିଜେପି ସମେତ ଶାସକ ବିଜେଡିର ପ୍ରତିବାଦ । ଶୂନ୍ୟକାଳରେ ଗୃହରେ ବିଜେଡିର ନାରାବାଜି ପରେ ଅପରାହ୍ଣ ୪ ଟା ଯାଏ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି । ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ୨୦୨୨ ସୁଦ୍ଧା ଘର ଦେବାକୁ କହି ଓଡିଶା ଲୋକଙ୍କୁ ଠକି ଦେଲେ ଏଭଳି ବ୍ୟାନର ଧରି ନିଜ ଆସନ ରେ ଛିଡ଼ା ହୋଇ ପ୍ରତିବାଦ କରୁଛନ୍ତି ବିଜେଡି ସଦସ୍ୟମାନେ । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତ ଓ ନବ ଦାସ ଙ୍କ ହତ୍ୟାକାଣ୍ଡ କୁ ନେଇ ବିଜେପିର ପ୍ରବଳ ହଟ୍ଟଗୋଳ । କଂଗ୍ରେସ ବି ନବ ଦାସ ଙ୍କ ହତ୍ୟାକାଣ୍ଡକୁ ନେଇ କରିଛି ହଟଗୋଳ ।












Click it and Unblock the Notifications