ବିଧାନସଭାରେ ଆଜି ବି ସମାନ ପରିସ୍ଥିତି: ଶାସକ-ବିରୋଧୀଙ୍କ ହଟ୍ଟଗୋଳ, ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ
ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଲଗାତାର ଚତୁର୍ଥ ଦିନରେ ଗୃହରେ ଅଚଳାବସ୍ଥା ଜାରି ରହିଛି । ଉଭୟ ଶାସକ-ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ଭୁବନେଶ୍ବର- ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଲଗାତାର ଚତୁର୍ଥ ଦିନରେ ଗୃହରେ ଅଚଳାବସ୍ଥା ଜାରି ରହିଛି । ଉଭୟ ଶାସକ-ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଚଳାବସ୍ଥା ଜାରିରହିଛି। ଆଜି ଗୃହ ଆରମ୍ଭରୁ ଶାସକ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗରେ ହୋହଲ୍ଲା କରିଥିଲେ।

ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗରେ ସୁବାସଙ୍କ କ୍ଷମା ପ୍ରାର୍ଥନା ବିଜେଡି ଦାବି କରୁଥିବା ବେଳେ ମଣ୍ଡି ସମସ୍ୟାକୁ ନେଇ ବିରୋଧୀ ଗୃହର ମଧ୍ୟ ଭାଗରେ ହୋ-ହାଲ୍ଲା କରିଛନ୍ତି । ଫଳରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ବିଧାନସଭାରେ ସେହି ସମାନ ପ୍ରସଙ୍ଗକୁ ଗତ ୩ ଦିନ ହେବ ଅଚଳାବସ୍ଥା ଜାରି ରହିଥିଲା । ଆଉ ଆଜି ମଧ୍ୟ ସେହି ସମାନ ଚିତ୍ର ଦେଖିବାକୁ ମିଳିଛି ।












Click it and Unblock the Notifications