ବିଧାନସଭା ବଜେଟ୍ ଅଧିବେଶନ: ମଙ୍ଗଳବାର ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ପ୍ରମିଳା

ଭୁବନେଶ୍ୱର : ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ମଙ୍ଗଳବାର ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ଆଉ ସେପଟେ ବି ସଜାଗ ବିରୋଧୀ । ଆସନ୍ତାକାଲିଠାରୁ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ଟାର୍ଗେଟ ରଖିଛନ୍ତି ବିରୋଧୀ । ଆଉ ବିରୋଧୀଙ୍କୁ ବି ଚେକ୍‌ ଦେବାକୁ ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ ।

ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ଶେଷ ଅଧିବେଶନ । ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।

ଆସନ୍ତା ୧୩ ତାରିଖ ଯାଏଁ ଚାଲିବ ବିଧାନସଭା । ଏହି ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି । ଆସନ୍ତା ୮ ତାରିଖରେ ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ ।

ଚଳିତ ଅଧିବେଶନରେ ରାଜ୍ୟପାଳ ରଘୁବର ଦାସ ମୋଟ ୧ ଘଣ୍ଟା ୨୮ ମିନିଟ୍‌ର ଭାଷଣ ଦେଇଛନ୍ତି । ଦିନ ୧୧ଟାରୁ ଭାଷଣ ଆରମ୍ଭ ହୋଇ ୧୨ଟା ୫୮ରେ ସରିଛି । ମୋଟ ୫୬ ପୃଷ୍ଠାର ଭାଷଣ ପଢ଼ିଲେ ରାଜ୍ୟପାଳ । ଯେଉଁଥିରେ ରାଜ୍ୟ ସରକାରଙ୍କ ବିଭିନ୍ନଯୋଜନା ଓ ଉପଲବ୍ଧି ସଂପର୍କର କହିଥିଲେ ।

ବଜେଟ୍ ଭାଷଣରେ ରାଜ୍ୟପାଳ କହିଛନ୍ତି, ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ 2027 ଶେଷ ସୁଦ୍ଧା ଶେଷ ହେବ । 6256 କୋଟି ଟଙ୍କା ବ୍ୟୟରେ ହେବ ମେଟ୍ରୋ ରେଳ ପ୍ରକଳ୍ପ । ଏହା ଲକ୍ଷ୍ମୀ ଯୋଜନା କୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ । 30 ଜିଲ୍ଲାର 6798 ପଞ୍ଚାୟତରେ ଗଡ଼ିବ ଲକ୍ଷ୍ମୀ ବସ୍‌ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସ୍ଥିର ଓ ଶାନ୍ତିପୂର୍ଣ୍ଣ ରହିଛି । ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ଉଲ୍ଲେଖନୀୟ ଭାବେ କମିଛି ।ପୋଲିସ କାର୍ଯ୍ୟାନୁଷ୍ଠାନରେ 42 ନିହତ, 145 ଜଣ ଗିରଫ ହୋଇଛନ୍ତି । ମାଓ ପ୍ରଭାବିତ ଜିଲ୍ଲାସଂଖ୍ୟା 21 ରୁ 10 କୁ ହ୍ରାସ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+