ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭା ବଜେଟ୍‌ ଅଧିବେଶନ

ଆରମ୍ଭ ହେଲା ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ତଥା ଓଡିଶା ବିଧାନସଭା ବଜେଟ ଅଧିବେଶନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହେଲା ଗୃହକାର୍ଯ୍ୟ ।

Odisha Assembly Budget Session

ଭୁବନେଶ୍ୱର: ଆରମ୍ଭ ହେଲା ଷୋଡ଼ଶ ବିଧାନସଭାର ଦ୍ୱାଦଶ ଅଧିବେଶନ ତଥା ଓଡିଶା ବିଧାନସଭା ବଜେଟ ଅଧିବେଶନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହେଲା ଗୃହକାର୍ଯ୍ୟ । ଚଳିତ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପ୍ରଥମେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ରାଜ୍ୟପାଳ । ଦିବ୍ୟଂଗତ ସଦସ୍ୟଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି । ସେପଟେ ଅଧିବେସନ ଆରମ୍ଭ ହେବା ପୂର୍ବରୁ ବିଧାନସଭାରେ ପହଞ୍ଚି ସାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ନିଜ ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି ଯେ, ପୁଞ୍ଜି ନିବେଶରେ ସମ୍ଭାବନା ସୃଷ୍ଟି କରିଛି ମେକ୍ ଇନ୍ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନା ପାଇଁ ଆଗରେ ରହିଛି ଓଡ଼ିଶା । ଖରିଫ୍ ଫସଲ ଋଣ ପ୍ରଦାନ ଲକ୍ଷ୍ୟ ୯ ହଜାର କୋଟି ରହିଛି । ସେହିପରି ଶିଳ୍ପ କ୍ଷେତ୍ରରେ ପୂର୍ବ ଭାରତରେ ଓଡ଼ିଶା ଆଗୁଆ ରହିଛି । 5T ଓ ମୋ ସରକାର ଶାସନ ବ୍ୟବସ୍ଥାକୁ ସୁଦୃଢ କରିଛି । ଧାନ ସଂଗ୍ରହ କରିବାରେ ଓଡ଼ିଶାକୁ ସଫଳତା ମିଳିଥିବା ନିଜ ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଅନ୍ୟପଟେ ଗୃହ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ କରିଛନ୍ତି କଂଗ୍ରେସ ବିଧାୟକ । ସେହିପରି ବିରୋଧୀ ବିଜେପି ମଧ୍ୟ କକ୍ଷତ୍ୟାଗ କରିଛନ୍ତି । ଗୃହ ବାହାରେ ଧାରଣାରେ ବସିଛନ୍ତି ବିଜେପି ବିଧାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+