Odisha Assembly: ବିଧାନସଭାରେ ବିଲ୍ ପାସ ପାଇଁ ସର୍ବକାଳୀନ ରେକର୍ଡ

ବିଧାନସଭାରେ ବିଲ୍ ପାସ ପାଇଁ ସର୍ବକାଳୀନ ରେକର୍ଡ । ବିଧାନସଭାରେ ବିଲ ପାସ ହେବାର ରେକର୍ଡ ରହିଛି ୨୦୦୩ ପୁଲିସ ବିଲ ପାସ ସମୟର। ତତ୍‌କାଳନୀ ମିଳିତ ସରକାର ୨୦୦୩ ନଭେମ୍ବର ୧୦ ତାରିଖରେ ପୁଲିସ ବିଲ ଆଣିଥିଲେ।

ଏହି ବିଲ ୨୦୦୩ ନଭେମ୍ବର ୧୧ ଅପରାହ୍ନ ୩ଟା ୫୬ରୁ ଆରମ୍ଭ ହୋଇ ନଭେମ୍ବର ୧୨ ସକାଳ ୮ଟା ୩୨ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ସାଢେ ଷୋଳ ଘଣ୍ଟା ପର୍ଯ୍ୟନ୍ତ ବିଲ ପାସ ପାଇଁ ଚାଲିଥିବା ବିଧାନସଭା ସର୍ବକାଳୀନ ରେକର୍ଡ ରହିଛି। ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ପାରିତ ହେବା ପାଇଁ ସାଢେ ୧୨ ଘଣ୍ଟା ସମୟ ଲାଗିଛି।

Odisha Assembly

ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ୍‌ ଅଧିବେଶନ ଶେଷ ହୋଇଛି। ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। ଏହି ଅଧିବେଶନ ୨୮ଟି କାର୍ଯ୍ୟ ଦିବସ ମଧ୍ୟରୁ ୨୫ଟି କାର୍ଯ୍ୟ ଦିବସ ଚାଲିଥିଲା। ଆଗକୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ଲାଗି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ, ଯାହାକୁ ସମର୍ଥନ କରିଥିଲେ ଏକାଧିକ ବିଧାୟକ। ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+