Get Updates
Get notified of breaking news, exclusive insights, and must-see stories!

ନୂପୁର ଶର୍ମା ପ୍ରସଙ୍ଗକୁ ନେଇ ବିଧାନସଭା ମୁଲତବି

ନୂପୁର ଶର୍ମା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିଜେପି-କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଭୁବନେଶ୍ୱର: ଆଜି (ଶନିବାର)ଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେସନ । ଗୃହକାର୍ଯ୍ୟ ଆରମ୍ଭରୁ ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଆଲୋଚନା ହୋଇଥିଲା । ପରେ ସାରା ଦେଶରେ ଚର୍ଚ୍ଚିତ ଘଟଣା ସାଜିଥିବା ନୂପୁର ଶର୍ମାଙ୍କୁ ବିବାଦୀୟ ବୟାନକୁ ନେଇ ଗୃହରେ ଦେଖିବାକୁ ମିଳିଥିଲା ହଟ୍ଟଗୋଳ ।

Odisha Assembly

ନୂପୁର ଶର୍ମା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିଜେପି-କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ଓ ବିରୋଧୀ ଉପନେତା ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ମୁହାଁମୁହିଁ ଓ ହଟ୍ଟଗୋଳ ହେବା ପରେ ଗୃହ ବାରମ୍ବାର ମୁଲତବି କରାଯାଇଛି । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ପ୍ରଥମେ ନୂପୁର ଶର୍ମା ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସୁପ୍ରିମକୋର୍ଟ ତାଙ୍କୁ ଭତ୍ସନା କରିଥିବାରୁ ପରୋକ୍ଷରେ ବିଜେପିକୁ ମଧ୍ୟ ଭତ୍ସନା କରିଛନ୍ତି ବୋଲି ଯୁକ୍ତି ବାଢିଥିଲେ । ଏପରିକି ସରକାରରେ ରହିବାର ଯୋଗ୍ୟତା ନାହିଁ ବୋଲି କହିଥିଲେ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ କଣ, ସ୍ପଷ୍ଟ କରିବାକୁ ଦାବି କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତାଙ୍କ ଏଭଳି ଆକ୍ରମଣ ପରେ ଚିହିଁକି ଉଠିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

ଉଦୟପୁରରେ କଂଗ୍ରେସ ସରକାର ଥିବା ବେଳେ ସେଠାକାର ହିଂସା ପାଇଁ ସରକାର ଇସ୍ତଫା ଦେବେ କି ବୋଲି ପ୍ରଶ୍ନ କରିଥିଲେ । ସେହିପରି କଶ୍ମୀର ପଣ୍ଡିତଙ୍କ କଥା ଉଠାଇ କଂଗ୍ରେସକୁ ଘେରିଥିଲେ । ଏଭଳି କଥା କଟାକଟି ପରେ ଉଭୟ ଦଳର ବିଧାୟକ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ପାଟିତୁଣ୍ଡ କରିଛନ୍ତି । ନୂପୁର ଶର୍ମା ଗୃହର ସଦସ୍ୟ ହୋଇନଥିବାରୁ ତାଙ୍କ ପ୍ରସଙ୍ଗ ଉଠାଇବାକୁ ବାରଣ କରିଥିଲେ ବାଚସ୍ପତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+