For Quick Alerts
Turn On Notification  
For Daily Alerts
Oneindia App Download

ନୂପୁର ଶର୍ମା ପ୍ରସଙ୍ଗକୁ ନେଇ ବିଧାନସଭା ମୁଲତବି

ନୂପୁର ଶର୍ମା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିଜେପି-କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

|

ଭୁବନେଶ୍ୱର: ଆଜି (ଶନିବାର)ଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେସନ । ଗୃହକାର୍ଯ୍ୟ ଆରମ୍ଭରୁ ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଆଲୋଚନା ହୋଇଥିଲା । ପରେ ସାରା ଦେଶରେ ଚର୍ଚ୍ଚିତ ଘଟଣା ସାଜିଥିବା ନୂପୁର ଶର୍ମାଙ୍କୁ ବିବାଦୀୟ ବୟାନକୁ ନେଇ ଗୃହରେ ଦେଖିବାକୁ ମିଳିଥିଲା ହଟ୍ଟଗୋଳ ।

Odisha Assembly

ନୂପୁର ଶର୍ମା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିଜେପି-କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ଓ ବିରୋଧୀ ଉପନେତା ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ଦଳ ମୁହାଁମୁହିଁ ଓ ହଟ୍ଟଗୋଳ ହେବା ପରେ ଗୃହ ବାରମ୍ବାର ମୁଲତବି କରାଯାଇଛି । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ପ୍ରଥମେ ନୂପୁର ଶର୍ମା ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସୁପ୍ରିମକୋର୍ଟ ତାଙ୍କୁ ଭତ୍ସନା କରିଥିବାରୁ ପରୋକ୍ଷରେ ବିଜେପିକୁ ମଧ୍ୟ ଭତ୍ସନା କରିଛନ୍ତି ବୋଲି ଯୁକ୍ତି ବାଢିଥିଲେ । ଏପରିକି ସରକାରରେ ରହିବାର ଯୋଗ୍ୟତା ନାହିଁ ବୋଲି କହିଥିଲେ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ କଣ, ସ୍ପଷ୍ଟ କରିବାକୁ ଦାବି କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତାଙ୍କ ଏଭଳି ଆକ୍ରମଣ ପରେ ଚିହିଁକି ଉଠିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

ଉଦୟପୁରରେ କଂଗ୍ରେସ ସରକାର ଥିବା ବେଳେ ସେଠାକାର ହିଂସା ପାଇଁ ସରକାର ଇସ୍ତଫା ଦେବେ କି ବୋଲି ପ୍ରଶ୍ନ କରିଥିଲେ । ସେହିପରି କଶ୍ମୀର ପଣ୍ଡିତଙ୍କ କଥା ଉଠାଇ କଂଗ୍ରେସକୁ ଘେରିଥିଲେ । ଏଭଳି କଥା କଟାକଟି ପରେ ଉଭୟ ଦଳର ବିଧାୟକ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ପାଟିତୁଣ୍ଡ କରିଛନ୍ତି । ନୂପୁର ଶର୍ମା ଗୃହର ସଦସ୍ୟ ହୋଇନଥିବାରୁ ତାଙ୍କ ପ୍ରସଙ୍ଗ ଉଠାଇବାକୁ ବାରଣ କରିଥିଲେ ବାଚସ୍ପତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Assembly Adjourns over Nupur Sharma Issue
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X