India
  • search
For Quick Alerts
Turn On Notification  
For Daily Alerts
Oneindia App Download

ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ ନେଇ ବିଧାନସଭାରେ ହୋହଲ୍ଲା

|

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ନାରାବାଜି । ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ । ନାରାବାଜି ଯୋଗୁଁ ବାଧାପ୍ରାପ୍ତ ହୋଇଛି ପ୍ରଶ୍ନକାଳ । ଯାହା ଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି ରଖିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

Odisha Assembly

ଆଜି ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିଲା । ମାତ୍ର ବିରୋଧୀଙ୍କ ନାରାବାଜି ଯୋଗୁ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଥିଲା । ଅନ୍ୟପଟେ ଆଜି ଗୃହରେ ବିଜେପି ମୁଲତବି ପ୍ରସ୍ତାବ ଆଣିଛି । 'ବିଦ୍ୟୁତ୍ ସଂସ୍କାର ଆଳରେ ଉପଭୋକ୍ତମାନଙ୍କୁ ମହଙ୍ଗା ମାଡ଼' ପ୍ରସଙ୍ଗକୁ ନେଇ ବିଜେପି ମୁଲତବି ପ୍ରସ୍ତାବ ଆଣିଛି । ଘନ ଘନ ପାଓ୍ୱାର କଟ୍, ଲୋ ଭୋଲଟେଜ୍, ଚୁଲିକି ଗଲାଣି ପିଲାଙ୍କ ପାଠ । ଗୃହରେ ଏହି ପ୍ରଶ୍ନରେ ଉତ୍ତର ରଖିବେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ।

ଅନ୍ୟପଟେ ଝିଅ ରୁଚିକା ମହାନ୍ତିକୁ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ପରିବାର । ଗତକାଲିଠାରୁ ବିଭିନ୍ନ ଛାତ୍ର ସଂଗଠନ ସହ ଧାରଣରେ ବସିଛନ୍ତି ରୁଚିକାଙ୍କ ମାଆ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେବି କଲେଜ ଗେଟ୍ ସମ୍ମୁଖରେ କିଛି ଛାତ୍ର ସଙ୍ଗଠନ ଧାରଣା ଦେଇଛନ୍ତି । ରୁଚିକାଙ୍କୁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ସେପଟେ ଘଟଣାର ଦୁଇ ଦିନ ପରେ ମଧ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ ପୋଲିସ । କମିଶନରେଟ୍ ପୋଲିସ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ଖୋଳତାଡ କରୁଛି । କଲେଜ ଛାତ୍ରୀନିବାସରେ ପହଞ୍ଚି ପୋଲିସ ଟିମ୍ ଛାନଭିନ୍ କରିଛି । ସନ୍ଦେହରେ ପୋଲିସ ଅନେକ ଛାତ୍ରଛାତ୍ରୀଙ୍କୁ ଜେରା କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Assembly Adjourns over BJB College Student Suicide Case
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X