For Quick Alerts
Turn On Notification  
For Daily Alerts
Oneindia App Download

ବିଧାନସଭାରେ ହାଇଡ୍ରାମା: ବିରୋଧୀଙ୍କ ଘଣ୍ଟ ନାଦ, ଶାସକ ବିଜେଡି ଛିଞ୍ଚିଲା ଗଙ୍ଗାଜଳ; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଆଜି (ମଙ୍ଗଳବାର) ବିଧାନସଭାରେ ଦେଖିବାକୁ ମିଳିଲା ପୁଣି ହାଇଡ୍ରାମା । ଗୃହ ମଧ୍ୟରେ ଘଣ୍ଟ ବଜାଇଲେ ବିରୋଧୀ, ଶାସକ ବିଜେଡି ଛିଞ୍ଚିଲା ଗଙ୍ଗାଜଳ । ଫଳରେ ପ୍ରବଳ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ

|

ଭୁବନେଶ୍ବର: ଆଜି (ମଙ୍ଗଳବାର) ବିଧାନସଭାରେ ଦେଖିବାକୁ ମିଳିଲା ପୁଣି ହାଇଡ୍ରାମା । ଗୃହ ମଧ୍ୟରେ ଘଣ୍ଟ ବଜାଇଲେ ବିରୋଧୀ, ଶାସକ ବିଜେଡି ଛିଞ୍ଚିଲା ଗଙ୍ଗାଜଳ । ଫଳରେ ପ୍ରବଳ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Odisha Assembly

ମମିତା ମେହେର ପ୍ରସଙ୍ଗରେ ହୋହଲ୍ଲା କରିଛନ୍ତି ବିରୋଧୀ । ଗୃହର ମଧ୍ୟଭାଗକୁ ୩ ଦଳର ନେତା ଆସି ହୋ-ହଲ୍ଲା କରିବା ଫଳରେ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରି ବିରୋଧୀ ଘଣ୍ଟ ବଜାଇ ପ୍ରତିବାଦ କରିଥିବା ବେଳେ କଂଗ୍ରେସ ସଦସ୍ୟ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ଅନ୍ୟପଟେ ଶାସକ ବିଜେଡି ମଧ୍ୟ ଆଜି ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଛି । ବିରୋଧୀଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି ନାରାବାଜି କରିଥିଲେ । ଏପରିକି କିଛି ବିଜେଡି ସଦସ୍ୟ ବିରୋଧୀଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଛନ୍ତି । ଯାହାଫଳରେ ଗୃହ ମଧ୍ୟରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

ବାରମ୍ବାର ଗୃହ ମୁଲତବୀ ପରେ ବାଚସ୍ପତି ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ । ଲାଗୁଥିଲା ସବୁକିଛି ସ୍ୱାଭାବିକ ହେବ, ଗୃହ କାର୍ଯ୍ୟ ଠିକରେ ଚାଲିବ । କିନ୍ତୁ ଆଜି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୃହ ଆରମ୍ଭରୁ ହିଁ ବିରୋଧୀଙ୍କ ହଟ୍ଟଗୋଳ ଫଳରେ ଗୃହକୁ ଅପରାହ୍ନ ୪ଟା ମୁଲତବୀ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Assembly Adjourned till 4pm on 6th Day of Winter Session
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X