୧୨ ଟା ୧୫ ଯାଏଁ ଗୃହ ମୁଲତବି କଲେ ବାଚସ୍ପତି
Odisha Assembly: ସୋମବାର ମଧ୍ୟ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବା ପାଇଁ ମିଳିଥିଲା । ଯେଉଁଥି ପାଇଁ ବାଚସ୍ପତି ଗୃହକୁ ମୁଲତବି ରଖିଛନ୍ତି । ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହରେ ପ୍ରତିବାଦ କରିଲେ କଂଗ୍ରେସ ବିଧାୟକ ସେହିପରି ରାଜ୍ୟରେ ଆଇନଶୃଙ୍ଖଳା ବିଗିଡିବା ନେଇ ଗୃହ ମଧ୍ୟରେ ନାହାବାଜି କରିଥିଲେ ବିଜେଡି ବିଧାୟକ । ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ।

ସୂଚନା ଅନୁସାରେ, ଦୋଳ ପୂର୍ଣ୍ଣିମା, ହୋଲି ଏବଂ ରବିବାର ନେଇ ତିନି ଦିନ ଛୁଟି ରହିବା ପରେ ଆଜି ଅର୍ଥାତ୍ ସୋମବାର ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା ହେଲେ ଆରମ୍ଭରୁ ରାଜ୍ୟରେ ହିଂସାକାଣ୍ତକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ହୋଲିରେ ଭୁବନେଶ୍ୱରରେ ଦୁଇଟି ହତ୍ୟାକାଣ୍ତ ଓ କଟକ ସମେତେ ରାଜ୍ୟରେ ଅନେକ ସ୍ଥାନରେ ହିଂସାକାଣ୍ତ ଘଟିଥିଲା ଯାହା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।












Click it and Unblock the Notifications