ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୯୮ ହଜାର ପଦବୀ
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୯୮ ହଜାର ପଦବୀ । ୪୧ ବିଭାଗରେ ମୋଟ ୯୮ ହଜାର ୩୪୮ ପଦବୀ ଖାଲି ପଡ଼ିଛି । ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗରେ ସର୍ବାଧିକ ୨୬ ହଜାର ୮୧୫ ପଦବୀ ଖାଲି ପଡ଼ିଛି । ଗଣଶିକ୍ଷା ବିଭାଗରେ ୨୧, ୮୪୪ ଓ ଗୃହ ବିଭାଗରେ ୭୩୧୫ ପଦବୀ ଖାଲି ପଡ଼ିଛି । ରାଜସ୍ୱ ବିଭାଗରେ ୫୮୯୨, ଉଚ୍ଚଶିକ୍ଷା ବିଭାଗରେ ୩୭୭୭ ପଦବୀ ଖାଲି ।
ସେହିପରି ପ୍ରଚାର ପ୍ରସାର ବାବଦରେ ୯ ମାସରେ ୨୦ କୋଟି ଖର୍ଚ୍ଚ ହୋଇଛି । ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ପ୍ରଦୀପ ଅମାତ । ୯ ମାସରେ ୧୯ କୋଟି ୪୦ ଲକ୍ଷ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ସେହିପରି ମୁଦ୍ରିତ ଗଣମାଧ୍ୟମକୁ ୧୭.୪୩ କୋଟି ଓ ବୈଦ୍ୟୁତିକ ଗଣମାଧ୍ୟମକୁ ୩୧ ଲକ୍ଷ ଦିଆଯାଇଛି । କେବଳ ହୋର୍ଡିଂ ଆଉଟଡୋର ବ୍ରାଣ୍ଡିଂରେ କୋଟିଏ ୯୩ ଲକ୍ଷ ଖର୍ଚ୍ଚ ହୋଇଛି । ୫ ବର୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଖର୍ଚ୍ଚ କରିଛି ୮୩ କୋଟି ।












Click it and Unblock the Notifications