Odisha Assembly: ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ୫ ବର୍ଷରେ ୭୯୯ ଲୋକଙ୍କ ମୃତ୍ୟୁ
ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ୫ ବର୍ଷରେ ୭୯୯ ଲୋକଙ୍କ ମୃତ୍ୟୁ । ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆଙ୍କ ଉତ୍ତର । ୫ ବର୍ଷରେ ୭୯୯ ଲୋକଙ୍କ ମୃତ୍ୟୁ, ୧୯୬୨ ଜଣ ଆହତ । ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୧୪୭ ଜଣଙ୍କ ମୃତ୍ୟୁ । ୫ ବର୍ଷରେ ମଲେଣି ୨ହଜାର ୮୩୨ ବନ୍ୟଜନ୍ତୁ ।

ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଯାଇଥିଲେ। ଘଣ୍ଟ ଓ ବଂଶୀ ବଜାଇବା ଆରମ୍ଭ କରିଥିଲେ। ଏହାପରେ ବାଚସ୍ପତି ସେମାନଙ୍କୁ ନିଜ ସ୍ଥାନକୁ ଯିବା ଲାଗି ନିବେଦନ କରିଥିଲେ। ହେଲେ ସେଥିପ୍ରତି ସେମାନେ କର୍ଣ୍ଣପାତ କରିନଥିଲେ। ବିରୋଧୀଙ୍କ ହୋହଲ୍ଲା ଭିତରେ ଗୃହ କାର୍ଯ୍ୟ ଆଗକୁ ନେବା ସମ୍ଭବ ହୋଇ ନଥିଲା। ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।
ସୂଚନାଯୋଗ୍ୟ, ବିରୋଧୀ କଂଗ୍ରେସ ମହିଳା ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଅଡ଼ି ବସିଥିଲା। ବିଜେଡି ଏସ୍ସି, ଏସ୍ଟି ଓ ଓବିସିଙ୍କୁ ସଂରକ୍ଷଣ ଦାବି କରି ହଙ୍ଗାମା କରିଥିଲା। ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଡକାଯାଇଥିବା ସର୍ବଦଳୀୟ ବୈଠକ ପୁଣି ବିଫଳ ହୋଇଥିଲା। ଫଳରେ ଗତକାଲି ପ୍ରଥମାର୍ଦ୍ଧରେ ଆଦୌ ଗୃହ କାର୍ଯ୍ୟ ହୋଇପାରି ନଥିଲା।












Click it and Unblock the Notifications