Get Updates
Get notified of breaking news, exclusive insights, and must-see stories!

ODISHA ASSEMBLY : 6 ମାସରେ ରାଜ୍ୟରେ 769 ନାବାଳିକା ଦୁଷ୍କର୍ମ ଓ 459 ହତ୍ୟାକାଣ୍ଡ

ରାଜ୍ୟରେ ଗତ 6 ମାସ (ଜୁନ-ନଭେମ୍ବର) ମଧ୍ୟରେ 509 ଟି ଧର୍ଷଣ, 41 ଧର୍ଷଣ ଉଦ୍ୟମ, 769 ନାବାଳିକା ଦୁଷ୍କର୍ମ ମାମଲା ପଞ୍ଜୀକୃତ ହେଇଛି । ସେହିପରି ରାଜ୍ୟରେ ମୋଟ 459 ହତ୍ୟା ମାମଲା ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରେ 161ଟି ମହିଳା ହତ୍ୟାକାଣ୍ଡ ରହିଛି । ମୋଟ ମହିଳା ନିର୍ଯାତନା ମାମଲା 9248 ଟି ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରେ ଯୌତୁକଜନିତ ହତ୍ୟାକାଣ୍ଡ 24 ଟି ଓ 5398 ଟି ଯୌତୁକଜନିତ ନିର୍ଯାତନା ମାମଲା ରହିଛି । ଆଜି ବିଧାନସଭାରେ ଗୃହ ବିଭାଗ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି । ଜଣେ ସଦସ୍ୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବର୍ତ୍ତମାନ ଅପରାଧିକ ସ୍ଥିତି ସମ୍ପର୍କରେ ଲିଖିତ ଉତ୍ତରରେ ଗୃହକୁ ଏହି ତଥ୍ୟ ଆଧାରରେ ଅବଗତ କରିଛନ୍ତି ।

ODISHA ASSEMBLY SESSION 2024

90 ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ
ଦୁର୍ନୀତି ମାମଲାରେ ରାଜ୍ୟ ସରକାର ଅନେକ ଭ୍ରଷ୍ଟ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଛନ୍ତି । ବିରୋଧୀ ଦଳ ବିଜେଡି ବିଧାୟକ ତଥା ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କ ଏହି ସମ୍ପର୍କିତ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, କ୍ଷମତାକୁ ଆସିବାର 5 ମାସ ଭିତରେ 90 ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି । ଏମାନଙ୍କ ମଧ୍ୟରେ ସର୍ବାଧିକ ରାଜସ୍ବ ବିଭାଗର 20 ଅଧିକାରୀ ରହିଛନ୍ତି । ଏହାପଛକୁ 18 ଅଧିକାରୀଙ୍କ ସହ ପଞ୍ଚାୟତିରାଜ ବିଭାଗ କାର୍ଯ୍ୟାନୁଷ୍ଠାନର ଦ୍ବିତୀୟ ସ୍ଥାନରେ ରହିଛି ।

ରାଜ୍ୟରେ ଖାଲି ପଡିଛି 5 ହଜାର ଡାକ୍ତର ପଦବୀ
ରାଜ୍ୟରେ 1114 ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ମୋଟ 5 ହଜାର 14 ଡାକ୍ତର ପଦବୀ ଖାଲି ପଡିଛି । 30ଟି ଜିଲ୍ଲାର 375 ଟି 'ସିଏଚସି'ରେ ଏହି ପଦବୀଗୁଡିକ ଖାଲି ପଡିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 450ଟି ପଦବୀ, ମୟୁରଭଞ୍ଜରେ 309ଟି, ଖୋର୍ଦ୍ଧାରେ 12ଟି, କଟକରେ 281ଟି ଡାକ୍ତର ପଦବୀ ଖାଲି ପଡିଛି । ସେହିପରି ସ୍ପେଶାଲ ଡାକ୍ତର ପଦବୀ ସର୍ବାଧିକ ମୟୁରଭଞ୍ଜରେ 87, ଗଞ୍ଜାମରେ 87, ଖୋର୍ଦ୍ଧାରେ 29, କଟକରେ 43 ଖାଲି ପଡିଛି । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ ଗୃହକୁ ଏହି ସୂଚନା ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+