Odisha Assembly: ରାଜଧାନୀରେ ୪୬୦ ସ୍କୁଲ ବସ୍‌ରେ ଫିଟ୍‌ନେସ୍‌ ନାହିଁ

ଭୁବନେଶ୍ବରରେ ୪ଶହ ୬୦ଟି ସ୍କୁଲ ବସ୍‌ରେ ଫିଟ୍‌ନେସ୍‌ ନାହିଁ । ଭୁବନେଶ୍ବରରେ ୧୪୮୪ ସ୍କୁଲ ବସ୍‌ ପଞ୍ଜୀକୃତ ହୋଇଥିବାବେଳେ ସେଥିରୁ ୪୬୦ର ଫିଟ୍‌ନେସ୍‌ ନାହିଁ।

ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ଉତ୍ତର ରଖିଛନ୍ତି। ବିନା ଫିଟନେସ୍‌ରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍‌ ।

ଗୁରୁବାର ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ହୋ-ହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୋକ ପ୍ରସ୍ତାବ ଆଗତ କରିବା ପରେ, ଗୃହରେ ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ । ତେବେ ଏହାପରେ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ।

Odisha Assembly

ନାରୀ ସୁରକ୍ଷା ଦାବି କରି ବିଧାୟକମାନେ ହଟ୍ଟଗୋଳ କରିବା ସହ ପୋଡିୟମ ତଳେ ନାରାବାଜି କରିଥିଲେ । ବିଧାନସଭା ଭିତରେ ହୁଇସିଲ୍ ବଜେଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତି ବାରମ୍ବାର ହୁଇସିଲ୍ ବଜାଇବା ବନ୍ଦ କରିବାକୁ ମନା କରିଥିଲେ ବି, ବିଧାୟକମାନେ ହୁଇସିଲ୍ ବଜାଇବା ବନ୍ଦ କରି ନ ଥିଲେ । ଯାହାପରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+